ଋଷଭ ପନ୍ତଙ୍କୁ ରାଜ୍ୟର ବ୍ରାଣ୍ଡ ଆମ୍ବାସଡର ଭାବେ ନିଯୁକ୍ତି ଦେଲେ ଉତ୍ତରାଖଣ୍ଡ ସରକାର

ଡେରାଡୁନ୍‌, ଡିସେମ୍ବର ୨୦ : ଭାରତୀୟ କ୍ରିକେଟ୍‌ ଟିମ୍‌ର ୱିକେଟ୍‌କିପର ଓ ବ୍ୟାଟ୍‌ସମ୍ୟାନ୍‌ ଋଷଭ ପନ୍ତ ଭଲ ପ୍ରଦର୍ଶନ କରିବା ସହିତ ୩ଟି ଯାକ ଫର୍ମାଟରେ ନିଜର ସ୍ଥାନକୁ ସୁରକ୍ଷିତ ରଖିଛନ୍ତି। ଏବେ ଋଷଭ ପନ୍ତଙ୍କୁ ଉତ୍ତରାଖଣ୍ଡ ସରକାର ନିଜ ରାଜ୍ୟ ପାଇଁ ବ୍ରାଣ୍ଡ ଆମ୍ବାସଡ଼ର ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ଧାମୀ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି।  ଶ୍ରୀ ଧାମୀ ଟୁଇଟ୍‌ରେ ଲେଖିଛନ୍ତି ଯେ, ଭାରତର ଭଲ କ୍ରିକେଟ ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ ଯୁବ ଓ ଆଦର୍ଶ ତଥା ଉତ୍ତରାଖଣ୍ଡର ପୁଅ  ଶ୍ରୀ ଋଷଭ ପନ୍ତ ଜୀଙ୍କୁ ଆମର ସରକାର ରାଜ୍ୟର ଯୁବ ପ୍ରତିଭା ଖେଳକୁଦ ଏବଂ ଜନ ସ୍ବାସ୍ଥ୍ୟ ପ୍ରତି ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ବ୍ରାଣ୍ଡ ଆମ୍ବାସଡ଼ର ଭାବେ ନିଯୁକ୍ତ କରିଛି। ପୁଷ୍କର ସିଂହ ଧାମୀ ନିକଟରେ ପନ୍ତ ସହିତ କରିଥିବା ଆଲୋଚନାର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ପନ୍ତ ଟୁଇଟ୍‌ କରିଛନ୍ତି ଯେ, ଉତ୍ତରାଖଣ୍ଡର ଲୋକଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ ଓ ଜନ ସ୍ବାସ୍ଥ୍ୟକୁ ପ୍ରୋତ୍ସାହନ ଦେବା ପାଇଁ ବ୍ରାଣ୍ଡ ଆମ୍ବାସଡ଼ର ହେବାର ସୁଯୋଗ ଦେଇଥିବାରୁ ଧାମୀ ସାର୍‌ଙ୍କୁ ଧନ୍ୟବାଦ ଜଣାଉଛି। ମୁଁ ଏହି ବାର୍ତ୍ତାକୁ ବ୍ୟାପିବାରେ ପୂରା ସହଯୋଗ କରିବି ଏବଂ ନିଜକୁ ଖୁସି ମନେ କରୁଛି ଯେ, ଆପଣ ଏକ ସୁସ୍ଥ ଭାରତ ଦିଗରେ ପଦକ୍ଷେପ ଗ୍ରହଣ କରିଛନ୍ତି। 

Leave A Reply

Your email address will not be published.