ଭିଜିଲାନ୍ସ ହାବୁଡ଼ରେ ଜୁନିୟର ଆକାଉଣ୍ଟଟାଣ୍ଟ

ନୂଆପଡା,ଡିସେମ୍ବର 20 : ଲକ୍ଷାଧିକ ଟଙ୍କା ଧରି ଘରକୁ ଫେରୁଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ଧରା ପଡ଼ିଲେ ଜୁନିୟର ଆକାଉଣ୍ଟଟାଣ୍ଟ ତାରାଚନ୍ଦ ପଣ୍ଡା । ଗତକାଲି ରାତିରେ ୨ ଲକ୍ଷ ୧୬ ହଜାର ଟଙ୍କା ଧରି ଘରକୁ ଫେରୁଥିବା ସମୟରେ ଜିଲ୍ଲାପାଳ ଅଫିସ ସାମନାରେ  ହଠାତ ଧରି ପକାଇଥିଲେ ନୂଆପଡା ଭିଜିଲାନ୍ସ ଦଳ । ଏତେ ଟଙ୍କା କେଉଁଠୁ ଆଣିଲେ ? କେଉଁ ଆଡ଼େ ନେଇକି ଯାଉଥିଲେ ତାହା ପ୍ରଶ୍ନ କରିଥିବାରୁ ଏହାର ସଠିକ୍ ତଥ୍ୟ ଦେଇପାରିନଥିଲେ ଜୁନିୟର ଆକାଉଣ୍ଟଟାଣ୍ଟ ବାବୁ । ଫଳରେ ସନ୍ଦେହ ଘେରରେ ଆସିବା ପରେ ତାଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ସୁଚନା ଅନୁସାରେ  ଜିଲ୍ଲା ଯୋଗାଣ ବିଭାଗରେ ଜୁନିୟର ଆକାଉଣ୍ଟାଣ୍ଟ ଭାବରେ କାମ କରୁଛନ୍ତି ତାରାଚନ୍ଦ । 

Leave A Reply

Your email address will not be published.