ଗ୍ରୀଲ୍ ତାଡି କଳା କନା ବୁଲାଇଲେ ଲୁଟେରା

ଢେଙ୍କାନାଳ, ଡିସେମ୍ବର ୨୦: ଗ୍ରାଲ୍ ତାଡି ଘରେ କଳା କନା ବୁଲାଇଲେ ଲୁଟେରା । ଘରେ ପଶି ଟଙ୍କା, ସୁନା ଅଲଙ୍କାର ସହ ଲକ୍ଷାଧିକ ଟଙ୍କା ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି । ଢେଙ୍କାନାଳ ଜିଲ୍ଲା ସହର କଣ୍ଟାନାଳୀ ଅଞ୍ଚଳରେ ରବିବାର ରାତିରେ ଲୁଟେରାମାନେ ଏହି ଲୁଟ କରିଥିବା ଜଣାପଡିଛି ।  ସୂଚନା ଅନୁସାରେ, ଉକ୍ତ ଅଞ୍ଚଳର ତ୍ରିଲୋଚନ ସ୍ୱାଇଁ ନାମକ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଘରେ ଲୁଟ୍ ହୋଇଛି । ଘରୁ ଆଲମିରା ଲକର ଭାଙ୍ଗି ସୁନା ଓ ରୂପା ଅଳଙ୍କାର, ପ୍ରାୟ ୩୦ ହଜାର ଟଙ୍କା ଏବଂ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟ ହୋଇଥିବା ଜଣାପଡିଛି ।  ସପେଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମ୍ନ୍ ଆରମ୍ଭ କରାଯାଇଛି । ତେବେ ଘରେ ତ୍ରିଲୋଚନଙ୍କ ପୁଅ ଓ ବୋହୂ ନଥିବା ବେଳେ ଗତ ରାତିରେ ବାଡି ପଛପଟ ଗ୍ରୀଲ୍ ତାଡି ପଶିଥିଲେ ଲୁଟେରା । ପରେ ତ୍ରିଲୋଚନ ଓ ତାଙ୍କ ପତ୍ନୀ ଶୋଇବା ଘରୁ ବାହାରପଟୁ ବନ୍ଦ କରି ଦେଇ ଲୁଟେରାମାନେ ଲୁଟ କରିଥିବା ଜଣାପଡିଛି । 

Leave A Reply

Your email address will not be published.