ତପସ୍ୱିନୀ-ସୁମିତ ବିବାହ ବିବାଦ ମାମଲା: ଗ୍ରିଲ୍ ଭାଙ୍ଗିଲେ ମହିଳା

ବ୍ରହ୍ମପୁର, ଡିସେମ୍ବର ୨୧ : ବହୁଚର୍ଚ୍ଚିତ ବ୍ରହ୍ମପୁର ଦମ୍ପତି ତପସ୍ୱିନୀ-ସୁମିତ ବିବାହ ବିବାଦ ମାମଲା ଦିନକୁ ଦିନ ଭିନ୍ନ ମୋଡ ନେଉଛି । ଗତକାଲି ଏହି ମାମଲାର ଶୁଣାଣି ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହୋଇଛି । କୋର୍ଟ ତାଙ୍କ ପୁର୍ବ ନିଷ୍ପତିକୁ କାଏମ୍ ରଖିଛନ୍ତି । ଏହି ଶୂଣାଣି ସମୟରେ କୋର୍ଟ ସୁମିତଙ୍କୁ ଭଡା ଘର ନେଇ ତପସ୍ୱିନୀଙ୍କ ସହିତ ରହିବାକୁ ରାୟ ଦେଇଛନ୍ତି । ତେବେ ତପସ୍ୱିନୀ ସୁମିତଙ୍କ ଘରେ ରହିବାକୁ ପିଟିସନ ଦାୟର କରିଥିଲେ । ଏହି ଶୁଣାଣି ପରେ ରାୟ ତପସ୍ୱିନୀଙ୍କ ସପକ୍ଷରେ ନ ଆସିବାରୁ ସ୍ଥାନୀୟ ମହିଳା ତପସ୍ୱିନୀଙ୍କୁ ସପକ୍ଷରେ ଆସି ଗତକାଲି ସଂନ୍ଧ୍ୟାରେ ସୁମିତଙ୍କ ଘର ଗ୍ରିଲ୍ ଭାଙ୍ଗି ଘର ଭିତରକୁ ଧସେଇ ପସିଥିଲେ । ପରେ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚିବାରୁ ପରିସ୍ଥିତି ଶାନ୍ତ ପଡିଥିଲା।  ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିବା ବ୍ରହ୍ମପୁର ବ୍ରହ୍ମାନଗରର ସୁମିତ ଓ ତପସ୍ବିନୀଙ୍କ ମଧ୍ୟରେ ବିବାହକୁ ନେଇ ବିବାଦ ଲାଗି ରହିଛି । ଫଳରେ ତପସ୍ବିନୀଙ୍କୁ ସୁମିତ ଘରକୁ ନେଉନାହାନ୍ତି ଏ ନେଇ ଆଇନଗତ ବିବାହ କରିଥିବା ତପସ୍ବିନୀ ଗତ ୨୨ ତାରିଖରେ ଶାଶୁଘର ସମ୍ମୁଖରେ ଧାରଣା ଦେଇଥିଲେ । ଶାଶୁ ଘରେ ରହିବାକୁ ଅନୁମତି ଦିଆଯାଉ ବୋଲି ସେ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ । ଏହାର ଶୁଣାଣି କରି ଏସ୍‌ଡିଜେଏମ୍ ଗତ ୨ ତାରିଖରେ ରାୟ ପ୍ରକାଶ କରିବା ସହ ସୁମିତ ଓ ତପସ୍ବିନୀଙ୍କୁ ଆସିକା ଚିନିଶିଳ୍ପ ଅତିଥି ଭବନରେ ୭ ଦିନ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଗତ ୯ ତାରିଖରେ ଏସ୍‌ଡିଜେଏମ୍ ଶୁଣାଣି କରି ଭଡା ଘର ନେଇ ତପସ୍ୱିନୀଙ୍କ ସହିତ ରହିବହାକୁ ନିର୍ଦେଶ ଦେଇଥିଲେ ।

Leave A Reply

Your email address will not be published.