କାଠୁଆ ଜାଡ଼ରେ ଥରୁଛି ଓଡ଼ିଶା

ଭୁବନେଶ୍ୱର, ଡିସେମ୍ବର ୨୧ : ସମଗ୍ର ରାଜ୍ୟକୁ ହାଡ଼ଭଙ୍ଗା ଶୀତ କବଳିତ କରିଛି।କାଠୁଆ ଜାଡ଼ରେ ଥରୁଛି ଓଡ଼ିଶା।ସଞ୍ଜ ନଇଁବା ମାତ୍ରେ ମାଡ଼ିଆସୁଛି ହାଡ଼ଭଙ୍ଗା ଶୀତ।ଦେହ ହାତ କୋଲା ମାରିଯାଉଛି।ଗାଁଠୁ ସହର ସବୁଠି ଶୀତର ପ୍ରକୋପ ଏତେ ବଢି ଯାଇଛି ଯେ ସକାଳୁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି।ଦିନରେ ମଧ୍ୟ ଶୀତର ପ୍ରକୋପ ସେତେଟା ହ୍ରାସ ପାଉ ନାହିଁ। ଆଗାମୀ ୨ ରୁ ୩ ଦିନ ପାଇଁ ଓଡ଼ିଶାର କିଛି ଜିଲ୍ଲାରେ ଶୀତ ଲହରୀ ଏବଂ ତୀବ୍ର ଶୀତ ଲହରୀ ପରିସ୍ଥିତି ସମ୍ଭାବନା ରହିଛି। ବର୍ତ୍ତମାନ ଓଡିଶା ଉପରେ କୌଣସି ନିର୍ଦିଷ୍ଟ ପାଣିପାଗର ପ୍ରଭାବ ନାହିଁ ଓଡିଶା ମଧ୍ୟକୁ ବାୟୁମଣ୍ଡଳର ତଳ ଭାଗରେ ଉତ୍ତରପଶ୍ଚିମ ତଥା ଉତ୍ତର ଦିଗରୁ ପ୍ରବେଶ କରୁଥିବା ଥଣ୍ଡା ଏବଂ ଶୁଷ୍କ ବାୟୁ ପ୍ରଭାବରେ ଆଗାମୀ ୨ ରୁ ୩ ଦିନ ପାଇଁ ଓଡ଼ିଶାର କିଛି ଜିଲ୍ଲାରେ ଶୀତ ଲହରୀ ଏବଂ ତୀବ୍ର ଶୀତ ଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି।  ସର୍ବନିମ୍ନ ରାତ୍ରି ତାପମାତ୍ରାରେ ଆଗାମୀ ୨ ରୁ ୩ ଦିନ ମଧ୍ୟରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ, ଏବଂ ପରବର୍ତୀ ଆଗାମୀ ୨ ରୁ ୩ ଦିନ ମଧ୍ୟରେ ରାତ୍ରି ତାପମାତ୍ରା ସ୍ଵାଭାବିକ ସମୟରେ ଏଥିରେ ୨ ରୁ ୩ ଡ଼ିଗ୍ରୀ ବୃଦ୍ଧି ହେବାର ସମ୍ଭାବନା ରହିଛି ରାଜ ତାପମାତ୍ରା ଠାରୁ ୪ ରୁ ୬ ଡ଼ିଗ୍ରୀ ତଳେ ରହିବାର ସମ୍ଭାବନା ରହିଛି।  ରାଜ୍ୟରେ ପ୍ରବଳ ଜାଡକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସୁନ୍ଦରଗଡ, ଝାରସୁଗୁଡା, ବରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ସୋନପୁର, ବୌଦ୍ଧ, କନ୍ଧମାଳ, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, ଦେବଗଡ ଏବଂ ସମ୍ବଲପୁର ଜିଲ୍ଲାରେ ଗୋଟିଏ ରୁ ସ୍ଥାନରେ ଶୀତ ଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.