ନାବାଳିକକୁ ଯୌନ ଉତ୍ପୀଡ଼ନ ନେଇ ପାକିସ୍ତାନୀ କ୍ରିକେଟର ୟାସିର ଶାହଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ, ଡିସେମ୍ବର ୨୧ : ପାକିସ୍ତାନର ଅଭିଜ୍ଞ ସଂପର୍ଣ୍ଣ ଲେଗ୍‌ ସ୍ପିନର ୟାସିର ଶାହ ଅଡୁଆରେ ଫସିଯାଇଛନ୍ତି। ୟାସିରଙ୍କ ବିରୋଧରେ ଇସଲାମାବାଦ୍‌ର ଶାଲିମାର ପୋଲିସ ଷ୍ଟେସନରେ ୧୪ ବର୍ଷୀୟ ନାବାଳିକାଙ୍କ ସହିତ ଦୁଷ୍କର୍ମ ଓ ଉତ୍ପୀଡନରେ କଥିତ ଭାବେ ସାହାଯ୍ୟ କରିବା ମାମଲା ରୁଜୁ ହୋଇଛି। ଅଭିଯୋଗରେ କୁହାଯାଇଛି ଯେ, କ୍ରିକେଟରଙ୍କ ବନ୍ଧୁ ଫରହାନ୍‌ ବନ୍ଧୁକ ଦେଖାଇ ତାକୁ ଦୁଷ୍କର୍ମ କରିଛି। ନାବାଳିକାକୁ ହଇରାଣ କରିବା ସହିତ ଘଟଣାର ଭିଡିଓ ପ୍ରସ୍ତୁତ କରିଛି। ପୀଡିତ ଅଭିଯୋଗ ଆଣିଛି ଯେ, ଲେଗ ସ୍ପିନର ତାଙ୍କୁ ଚେତାବନୀ ଦେଇଥିଲେ ଯେ, ସେ ଯଦି ଏହି ଘଟଣା କୌଣସି ଅଧିକାରୀ ଜାଣିବାକୁ ପାଆନ୍ତି, ଅଥବା ଅଭିଯୋଗ ହୁଏ, ତା’ହେଲେ ପରିଣାମ ବିପଦ ହେବ।   ଜିଓ ଟିଭିର ରିପୋର୍ଟ ଅନୁସାରେ ଅଭିଯୋଗକାରିଣୀ କହିଛନ୍ତି, ଯେତେବେଳେ ମୁଁ ହ୍ବାଟସ୍‌ଆପ୍‌ରେ ୟାସିରଙ୍କ ସହିତ ସଂପର୍କ କରିଥିଲି ଏବଂ ଘଟଣା ସଂପର୍କରେ କହିଥିଲି, ସେ ମୋର କଥାକୁ ଥଟ୍ଟା ମଜା କରିଥିଲେ। ସେ କହିଥିଲେ ଯେ, ମୋତେ କମ୍‌ ବୟସର ଝିଅ ପସନ୍ଦ। ୟାସିର କହିଥିଲେ ଯେ, ସେ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଏବଂ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ସେ ଜାଣନ୍ତି। କୁହାଯାଉଛି ଯେ, ପୋଲିସ ସହିତ ଯେତେବେଳେ ନାବାଳିକ ସଂପର୍କ କରିଥିଲେ, ୟାସିର କହିଥିଲେ ଯେ, ଆଗାମୀ ୧୮ ବର୍ଷ ପର୍ଯ୍ୟନ୍ତ ଏକ ଫ୍ଲାଟ ଦେବେ ଏବଂ ସମସ୍ତ ଖର୍ଚ୍ଚ ଉଠାଇବେ। ସୂଚନାଯୋଗ୍ୟ, ପାକିସ୍ତାନ କ୍ରିକେଟର ଅନ୍ୟତମ ପ୍ରଭାବଶାଳୀ ବୋଲର ହେଉଛନ୍ତି ୟାସିର। ସେ ଖୁବ ଶୀଘ୍ର ୨୦୦ ଟେଷ୍ଟ ୱିକେଟ୍‌ ହାସଲ କରିଥିଲେ। ଚଳିତ ବର୍ଷ ଆରମ୍ଭରେ ୱେଷ୍ଟଇଣ୍ଡିଜରେ ସେ ଶେଷ ଟେଷ୍ଟ ଖେଳିଥିଲେ। ଆଙ୍ଗୁଠି ଆଘାତ କାରଣରୁ ନିକଟରେ ଶେଷ ହୋଇଥିବା ବାଂଲାଦେଶ ଶୃଙ୍ଖଳାରେ ମଧ୍ୟ ଖେଳିବାକୁ ସୁଯୋଗ ପାଇପାରି ନଥିଲେ। 

Leave A Reply

Your email address will not be published.