ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟ

ଜୋହନ୍ସବର୍ଗ, ଜାନୁଆରୀ ୦୩ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜିଠାରୁ ୨ୟ ଟେଷ୍ଟ ମ୍ୟାଚ ଖେଳାଯିବ। ଦକ୍ଷିଣ ଆଫ୍ରିକାର ଜୋହନ୍ସବର୍ଗସ୍ଥିତ ୱାଣ୍ଡରର୍ସ ଷ୍ଟାଡ଼ିୟମ୍‌ରେ ଏହି ମୁକାବିଲା ହେବ।  ଭାରତୀୟ ସମୟ ଅନୁସାରେ ଆଜି ଅପରାହ୍ନ ସାଢ଼େ ୧ଟାରୁ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଘରୋଇ ଦଳକୁ ପରାସ୍ତ କରି ଭାରତ ଶୃଙ୍ଖଳା ହାତେଇବା ପାଇଁ ସବୁ ପ୍ରକାର ରଣନୀତି ପ୍ରସ୍ତୁତ କରିବ। କାରଣ ଭାରତ ସେଞ୍ଚୁରିଅନ୍‌ ଠାରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ କରିସାରିଛି। ଅନ୍ୟପଟରେ ଅତିଥି ଦଳ ବିପକ୍ଷରେ ଘରୋଇ ଦଳ ବିଜୟୀ ହୋଇ ଶୃଙ୍ଖଳାକୁ ସମାନ ସ୍ତରକୁ ଆଣିବାକୁ ଲକ୍ଷ୍ୟ ରଖିବ। ଶୃଙ୍ଖଳାର ୩ୟ ମ୍ୟାଚ୍‌ ଜାନୁ୍ଆରୀ ୧୧ ତାରିଖ ଠାରୁ କ୍ୟାପଟାଉନ୍‌ରେ ଖେଳାଯିବ।  ଜୋହନ୍ସବର୍ଗରେ ଭାରତ କେବେବି ହାରିନାହିଁ। ଏଠାରେ ଟିମ୍‌ ଇଣ୍ଡିଆ ୫ଟି ମ୍ୟାଚ ଖେଳିଥିବା ବେ‌ଳେ ଏଥିରୁ ୨ଟିରେ ବିଜୟ ହାସଲ କରିଛି। ୩ଟି ମ୍ୟାଚ୍‌ ଡ୍ର ଥିଲା। ଦକ୍ଷିଣ ଆଫ୍ରିକା ଟିମ୍‌ ଏଠାରେ ୩୧ଟି ମ୍ୟାଚ୍‌ ଖେଳି ୧୧ଟିରେ ବିଜୟ ହାସଲ କରିଛି। କିନ୍ତୁ ଦକ୍ଷିଣ ଆଫ୍ରିକାର ଟିମ୍‌ ଅନ୍ୟ କୌଣସି ପଡ଼ିଆରେ ଏଭଳି ପରାଜୟର ସମ୍ମୁଖୀ ନହେଇନାହିଁ।  ଭାରତ: ବିରାଟ କୋହଲି (ଅଧିନାୟକ),  କେଏଲ୍ ରାହୁଲ୍‌, ମୟଙ୍କ ଅଗ୍ରୱାଲ୍, ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ୍ (ୱିକେଟରକ୍ଷକ), ଆର୍‌ ଅଶ୍ବିନ୍‌, ଶାର୍ଦୁଳ ଠାକୁର/ଉମେଶ ଯାଦବ, ମହମ୍ମଦ ସାମି, ଯଶପ୍ରୀତ୍ ବୁମରା, ମହମ୍ମଦ ସାମି। ଦକ୍ଷିଣ ଆଫ୍ରିକା: ଡିନ୍ ଏଲଗାର (ଅଧିନାୟକ), ଏଦୈନ ମର୍କରାମ, କିଗାନ୍‌ ପିଟରସନ୍, ରାଶି ଭାନ୍‌ ଡେର୍‌ ଦସେନ୍‌, ତେମ୍ବା ବଭୂମା, କାଇଲ୍‌ ଭେରିନ୍‌ (ୱିକେଟରକ୍ଷକ), ୱିଆନ୍‌ ମଲ୍‌ଡର/ମାର୍କୋ ଜାନ୍‌େସନ୍‌, କାଗିସୋ ରବାଦା, କେଶବ ମହାରାଜ, ଡୁଆନ୍‌ ଓଲିଭର, ଲୁଙ୍ଗି ଏନ୍‌ଗିଡି।

Leave A Reply

Your email address will not be published.