ଭୁବନେଶ୍ୱର: କାର୍ ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ

ଭୁବନେଶ୍ୱର, ଜାନୁଆରୀ ୦୩ : କାର୍ ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ କରି ଫିଙ୍ଗିଦେଇଥିବା ଅଭିଯୋଗ । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା । ରବିବାର ରାତିରେ ମଞ୍ଚେଶ୍ୱର ଥାନା ପେଟ୍ରୋଲ ଟାଙ୍କି କଡରେ ଜଣେ ନାବାଳିକା ପଡି କାନ୍ଦୁଥିବାର ସ୍ଥାନୀୟଲୋକେ ଦେଖିବାକୁ ପାଇଥିଲେ । ଏହା ପରେ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପିସିଆର ଭ୍ୟାନ୍ ପହଁଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିଥିଲା । ଦୁଷ୍କର୍ମ ପରେ ନାବଳିକାଙ୍କୁ କାର୍ ଭିତରୁ ଫିଙ୍ଗି ଦେଇଥିବା ସନ୍ଧେହ କରାଯାଉଛି । ନାବାଳିକାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ତେବେ ନାବାଳିକା ଜଣଙ୍କର ପରିଚୟ ପୋଲିସ ପାଇପାରି ନାହିଁ । ବର୍ଷ ଆରମ୍ଭରୁ ରାଜଧାନୀରେ ହତ୍ୟା ଏବଂ ଦୁଷ୍କର୍ମ ଭଳି ଜଘନ୍ୟ କାଣ୍ଡ ଘଟିବା ଆରମ୍ଭ ହୋଇଯାଇଛି । ଗତ ଶନିବାର ନୁଆ ବର୍ଷରେ ରାଜଧାନୀରେ ଦୁଇଟି ହତ୍ୟା କାଣ୍ଡ ଘଟିଥିବା ବେଳେ ଏବେ ନାବାଳିକାଙ୍କୁ ଦୁଷ୍କର୍ମ କରି କାର୍ ଭିତରୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.