ଜଙ୍ଗଲ ଛାଡ଼ି ସହର ମୁହାଁ ହାତୀ

ଭୁବନେଶ୍ୱର, ଜାନୁଆରୀ ୦୨ : ଖୋର୍ଦ୍ଧା ବନାଞ୍ଚଳରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ରବିବାର ସନ୍ଧ୍ୟାରେ ଶରଧାପୁର ପଟୁ ଆସିଥିବା ୨ଟି ଦନ୍ତା ଖୋର୍ଦ୍ଧା ମେଡିକାଲ ପଛପଟ କାଜୁ ଜଙ୍ଗଲ ଦେଇ ମେଡିକାଲ ପରିସରକୁ ପଶି ଆସିଥିଲେ। ଦୀର୍ଘ ସମୟ ଧରି ହାତୀଦ୍ବୟ ମେଡିକାଲ ପରିସରରେ ଅଟକି ରହିଥିବାରୁ ଲୋକେ ଭୟଭୀତ ହୋଇପଡ଼ିଥିଲେ ଖବରପାଇ ବନ ବିଭାଗ ଟିମ୍ ପହଞ୍ଚି ହାତୀଙ୍କ ଗତିବିଧ୍ଵ ଉପରେ ନଜର ରଖୁଥୁଲା।  ବିଳମ୍ବିତ ରାତିରେ ନିକଟସ୍ଥ ଜଙ୍ଗଲକୁ ଦନ୍ତାଦ୍ବୟ ଫେରିଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ପ୍ରକାଶ ଯେ , ଖାଦ୍ୟ ଅନ୍ୱେଷଣରେ ହାତୀ ଏବେ ସହରମୁହାଁ ହେଉଛନ୍ତି ପୂର୍ବରୁ ୩ଥର ହାତୀ ଖୋର୍ଦ୍ଧା ମେଡିକାଲପରିସରକୁ ପଶିଥିଲେ।  ବର୍ତ୍ତମାନ ବାରମ୍ବାର ହାତୀ ଜଙ୍ଗଲ ରାସ୍ତା ଦେଇ ସହରମୁହାଁ ହେବାରେ ଲାଗିଛନ୍ତି । ଏ ସଂମ୍ପର୍କରେ ବନପାଳ ସୁରେନ୍ଦ୍ର ପଟ୍ଟନାୟକ କହିଛନ୍ତି ଯେ ସନ୍ଧ୍ୟାରେ ଦୁଇଟି ଦନ୍ତା ମେଡିକାଲ ପରିସରକୁ ପସିଆସିଥବା ଖବର ପାଇଥିଲୁ । ଗୋଟିଏ ଟିମ୍ କାଜୁ ଜଙ୍ଗଲ ଏବଂ ଆଉ ଗୋଟିଏ ଟିମ୍ ମେଡିକାଲ ପରିସରରେ ହାତୀଙ୍କ ଗତିବିଧି ଉପରେ ଧ୍ୟାନ ରଖିଥିଲେ ।

Leave A Reply

Your email address will not be published.