ବିହାର: ପାଟଣାର ଏନ୍‌ଏମ୍‌ସିଏଚ୍‌ରେ କରୋନା ବିସ୍ଫୋରଣ, ୮୪ ଡାକ୍ତରଙ୍କ ରିପୋର୍ଟ ପଜିଟିଭ୍‌

ପାଟଣା, ଜାନୁଆରୀ ୦୩ : ବିହାରରେ କରୋନା ସଂକ୍ରମଣ ଭୟଙ୍କର ରୂପ ନେଇଛି। ନିକଟରେ ଓମିକ୍ରନ ସଂକ୍ରମଣ ଚିହ୍ନଟ ହେବା ପରେ କୋଭିଡ ସଂକ୍ରମଣ ମଧ୍ୟ ବଢ଼ିଛି। ରବିବାର ବିହାରର ରାଜଧାନୀ ପାଟଣାରେ ଏନଏମସିଏଚ୍‌ରେ ୮୪ ଜଣ ଡାକ୍ତର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।  ସୂଚନାଯୋଗ୍ୟ, ହସ୍ପିଟାଲରେ ୧୯୪ ଜଣ ଡାକ୍ତରଙ୍କ ଆରଟି-ପିସିଆର ଯାଞ୍ଚ କରାଯାଇଥିଲା। ଏଥିରୁ ୮୪ ଜଣ ଡାକ୍ତର ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏକକାଳୀନ ଏତେ ସଂଖ୍ୟାରେ ଡାକ୍ତର କରୋନା ପଜିଟିଭ ହେଇଥିବା ନେଇ ଜଣାପଡ଼ିବା ପରେ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ପଶିଛି। ସେହିପରି ସ୍ବାସ୍ଥ୍ୟ ସେବାରେ ପ୍ରଭାବ ପଡ଼ିବାର ଆଶଙ୍କା ଦେଖାଯାଉଛି। 

Leave A Reply

Your email address will not be published.