କୋହଲିଙ୍କ କ୍ୟାରିୟର ଲାଗି ଆଜି ବଡ଼ ଦିନ

ନୂଆଦିଲ୍ଲୀ, ଜାନୁଆରୀ ୦୩ : ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି ଯେତେବେଳେ ଆଜି ଅର୍ଥାତ ସୋମବାର ଜୋହନ୍ସବର୍ଗର ୱାଣ୍ଡରର୍ସ ପଡ଼ିଆରେ ଦକ୍ଷିଣ ଆଫ୍ରିକା ବିରୋଧରେ ୨ୟ ଟେଷ୍ଟରେ ବ୍ୟାଟିଂ କରିବାକୁ ଓହ୍ଲାଇବେ, ତାଙ୍କ କ୍ୟାରିୟର ପାଇଁ ବଡ଼ ଦିନ ହେବ। ବିରାଟ କୋହଲିଙ୍କ ପାଇଁ ଅନ୍ୟ ଏକ ବିଶ୍ବ ରେକର୍ଡ ସୃଷ୍ଟି କରିବାର ଅପୂର୍ବ ସୁଯୋଗ ଆସିଛି।  ବିରାଟ କୋହଲି ଜୋହନ୍ସବର୍ଗରେ ଶତକ ହାସଲ କରିପାରିଲେ, ଅଷ୍ଟ୍ରେଲିଆର ମହାନ ବ୍ୟାଟ୍ସମ୍ୟାନ ରିକି ପଣ୍ଟିଂଙ୍କ ରେକର୍ଡ ଭାଙ୍ଗି ପାରିବେ। ଅନ୍ୟପଟରେ ଭାରତ ଏହି ମ୍ୟାଚ ଜିତିଲେ ଆଉ ଏକ ରେକର୍ଡ ସୃଷ୍ଟି ହେବ। କାରଣ ଏଯାଏଁ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ଶୃଙ୍ଖଳା ଜିତିପାରି ନାହିଁ। ଫଳରେ ୨୯ ବର୍ଷ ହେବ ଯେଉଁ ଅପେକ୍ଷ କରିଛି ଭାରତ, ତାହା ପୂରା ହେବ।  ୩୩ ବର୍ଷୀୟ ବିରାଟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜୋହନ୍ସବର୍ଗରେ ଶତକ ମାରିବାରେ ସଫଳ ହେଲେ ସେ ଅଧିନାୟକ ଭାବେ ଅନ୍ତର୍ଜାତୀୟ କି୍କେଟରେ ସର୍ବାଧିକ ଶତକ ହାସଲ କରିଥିବା ଖେଳାଳି ହୋଇଯିବେ। ବିରାଟ ଏପର୍ଯ୍ୟନ୍ତ ଅଧିନାୟକ ଭାବେ ଟେଷ୍ଟ, ଦିନିକିଆ ଓ ଟି-୨୦ରେ ୪୧ଟି ଶତକ ହାସଲ କରିଛନ୍ତି। ବର୍ତ୍ତମାନ ପାଇଁ ରିକି ପଣ୍ଟିଂ ମଧ୍ୟ ୪୧ଟି ଶତକ ମାରିଛନ୍ତି। 

Leave A Reply

Your email address will not be published.