ଉଦ୍ଧାର ହେଲା ଅପହୃତ ୯ ବର୍ଷର ପିଲା

ବରଗଡ, ଜାନୁଆରୀ ୦୩ : ବରଗଡ ସିମେଣ୍ଟ କାରଖାନାର ମୁଖ୍ୟ ଜମିଲ ଅଖତର ଖାନ୍‌ଙ୍କର ନଅ ବର୍ଷର ପୁଅକୁ ଅପହରଣ ମାମଲାରେ ନୁଆ ମୋଡ ଆସିଛି । ଅପହରଣ ପରେ ପୋଲିସର ଛାନ୍‌ଭିନ୍ ଦେଖି ଦୁର୍ବତ୍ତ ପିଲାଟିକୁ ଛାଡି ପଳାଇଥିବା ସୂଚନା ମିଳିଛି । ସ୍ଥାନୀୟ ସ୍କୁଲ୍ ନିକଟରୁ ପିଲାଟିକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ତାଙ୍କ ପରିବାରକୁ ହସ୍ଥାନ୍ତର କରିଥିଲେ । ରବିବାର ଦିନ ସିମେଣ୍ଟ ନଗର ଏସିସି କଲୋନୀ ଅଞ୍ଚଳରୁ ଦୁଇଜଣ ବାଇକ ଯୋଗେ ୯ ବର୍ଷର ପିଲାଟିକୁ ଅପହରଣ କରିଥିବା ଅଭିଯୋଗ ହୋଇଥିଲା। ନାବାଳକ ପୁଅର ପିତାମାତାଙ୍କ ଅଭିଯୋଗ କ୍ରମେ ପୋଲିସ ଛାନ୍‌ଭିନ୍ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଦୁର୍ବତ୍ତମାନେ ଏକ ବାଇକ୍‌ରେ ଆସି ପୁଅଟିକୁ ଅପହରଣ କରିବା ସହିତ ଘର ଆଗରେ ଏକ ବାର୍ତ୍ତା ଛାଡି ଯାଇଥିଲେ । ସେଥିରେ ସେମାନେ ପୁଅକୁ ମୁକ୍ତ କରିବା ପାଇଁ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ। ପୁଅର ଅପହରଣ ଖବର ପାଇ ଜମିଲ ତୁରନ୍ତ ବରଗଡ ପୋଲିସ ନିକଟରେ ଅଭିଯୋଗ କରିଥିଲେ ଏବଂ ତାଙ୍କ ପୁଅକୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ନିବେଦନ କରିଥିଲେ। ଅଭିଯୋଗ ପାଇ ପୋଲିସ ତୁରନ୍ତ ସକ୍ରିୟ ହୋଇ ଉଠିଥିଲା ଏବଂ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଶିଶୁଟି ଉଦ୍ଧାର ହୋଇଥିଲେ ବି ଅପହରଣକାରୀଙ୍କୁ ଏପର୍ଯ୍ୟନ୍ତ ପୋଲିସ ଧରିବାରେ ସଫଳ ହୋଇନାହିଁ ।

Leave A Reply

Your email address will not be published.