କୋଭିଡ୍ ଆକ୍ରାନ୍ତଙ୍କୁ ଦିଦିଙ୍କ ଉପହାର

କୋଲକାତା, ଜାନୁଆରୀ ୭ : ପଶ୍ଚିମବଙ୍ଗରେ ଏବେ ଉପରମୁହାଁ ହୋଇଛି କରୋନା ଗ୍ରାଫ୍ । ଓମିକ୍ରନ୍ ଆତଙ୍କ ମଧ୍ୟରେ ଲୋକମାନଙ୍କ ମନୋବଳ ଦୃଢ ରଖିବା ପାଇଁ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ରାଜ୍ୟରେ ଚିହ୍ନଟ ହେଉଥିବା କରୋନା ଆକ୍ରାନ୍ତଙ୍କୁ ଉପହାର ଦେଉଛନ୍ତି ଦିଦି । ପ୍ରତି କୋଭିଡ୍ ଆକ୍ରାନ୍ତଙ୍କ ପାଖକୁ ଫଳ ଚାଙ୍ଗୁଡି ସହ ଶୀଘ୍ର ସୁସ୍ଥ ହେବାର ବାର୍ତ୍ତା ପଠାଉଛନ୍ତି ମମତା ବାନାର୍ଜୀ । ସୂଚନା ଅନୂସାରେ ଏପର୍ଯ୍ୟନ୍ତ ପଶ୍ଚିମବଙ୍ଗରେ ୧୦ ହଜାରରୁ ଉର୍ଦ୍ଧ୍ୱ ଫଳ ଚାଙ୍ଗୁଡି କୋଭିଡ୍ ଆକ୍ରାନ୍ତଙ୍କୁ ପଠାଯାଇସାରିଛି । ଏହି ଫଳ ଚାଙ୍ଗୁଡି ଗୁଡିକର ବଣ୍ଟନ ଭାର କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହେଉଥିବା ଅଞ୍ଚଳ ଗୁଡିକର କାଉନସିଲର ମାନଙ୍କ ଉପରେ ନ୍ୟସ୍ତ କରାଯାଇଛି । କରୋନା ଆକ୍ରାନ୍ତଙ୍କ ଘର ଆଗରେ ଫଳ ଚାଙ୍ଗୁଡି ରଖାଯାଇ ସେମାନଙ୍କୁ ଫୋନ୍ ଯୋଗେ ସୂଚନା ଦିଆଯାଉଛି ।

Leave A Reply

Your email address will not be published.