‘ରୋୟାଲ ଏନ୍‌ଫିଲ୍ଡ’ର ଗ୍ରାହକଙ୍କୁ ବଡ଼ ଝଟକା

ନୂଆଦିଲ୍ଲୀ, ଜାନୁଆରୀ ୦୭ : ନୂଆବର୍ଷ ଆସିବା ମାତ୍ରେ ହିଁ ହିରୋ ମୋଟୋକର୍ପ ସହିତ ଅନ୍ୟ ବାଇକ୍‌ ନିର୍ମାତା କଂପାନୀମାନେ ନିଜର ଦର ବଢ଼ାଇ ଦେଇଛନ୍ତି। ଏହି କ୍ରମରେ ଗ୍ରାହକ ମାନଙ୍କୁ ବଡ଼ ଝଟକା ଦେଇଛି ରୋୟାଲ ଏନ୍‌ଫିଲ୍ଡ। କଂପାନୀ ନିଜର ସମସ୍ତ ବାଇକ୍‌ର ଦର ବୃଦ୍ଧି କରିଛି। ରୋୟାଲ ଏନ୍‌ଫିଲ୍ଡ ନିଜର ସମସ୍ତ ଦୁଇଚକିଆ ବାହନର ଦର ୮୪୦୮ ଟଙ୍କା ପର୍ଯ୍ୟନ୍ତ ବଢ଼ାଇଛି। କେବଳ ରୟାଲ ଏନ୍‌ଫିଲ୍ଡ ନୁହେଁ, ବରଂ ପ୍ରାୟ ସମସ୍ତ କଂପାନୀ ନୂଆ ବର୍ଷ ପରେ ନିଜର ବାଇକ୍‌ ଗୁଡ଼ିକର ଦର ବୃଦ୍ଧି କରିଛନ୍ତି। ସୂଚନାଯୋଗ୍ୟ, ରୋୟାଲ ଏନ୍‌ଫିଲ୍ଡର Classic 350, Meteor 350, Bullet 350, Interseptor 650 ଓ Himalayn ଗ୍ରାହକଙ୍କ ମଧ୍ୟରେ ବେଶ ଗ୍ରହଣୀୟ ହୋଇପାରିଛି। କଂପାନୀ ପକ୍ଷରୁ ଏହି ବାଇକ୍‌ ଗୁଡ଼ିକର ଦର ବଢ଼ାଇ ଦିଆଯିବା ପରେ  ଗ୍ରାହକ ମାନଙ୍କୁ ଏହା କିଣିବାକୁ ଗଲେ ଅତିରିକ୍ତ ଖର୍ଚ୍ଚ ବହନ କରିବାକୁ ପଡ଼ିବ।

Leave A Reply

Your email address will not be published.