ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର

ଭୁବନେଶ୍ୱର, ଜାନୁଆରୀ ୦୯ : ରାଜ୍ୟରେ ହୁ ହୁ ହୋଇ ବଢୁଥିବା କରୋନା ସଂକ୍ରମଣ ମଧ୍ୟରେ ବିଭିନ୍ନ ଜିଲ୍ଲାରେ ଚିହ୍ନଟ ହେଉଥିବା ଓମିକ୍ରନ୍ ସଂକ୍ରମଣ ସରକାରଙ୍କ ଚିନ୍ତା ବଢାଇ ଦେଇଛି। ଏହାର ଭିତରେ ସଂକ୍ରମିତ ଲୋକଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ଜିଲ୍ଲାଗୁଡ଼ିକ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ଲୋକସେବା ଭବନ ସମ୍ମିଳନୀ ହଲରୁ ଦୃଶ୍ୟ ସଞ୍ଚାରୀ ମାଧ୍ୟମରେ ଜିଲ୍ଲାସ୍ତରୀୟ ସମୀକ୍ଷାରେ ସମସ୍ତ ତୃତୀୟ ଲହର ମୁକାବିଲା କରିବା ପାଇଁ ସେମାନଙ୍କର ଭିତ୍ତିଭୂମି ପ୍ରସ୍ତୁତିକୁ ମୂଲ୍ୟାଙ୍କନ କରିଥିଲେ। ଏକ ବିସ୍ତୃତ ସମୀକ୍ଷା କରି ମହାପାତ୍ର ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରାଥମିକତା ଭିତ୍ତିରେ ବୁଷ୍ଟର ଡୋଜ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ ଆହୁରି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ ସମସ୍ତ କୋଭିଡ ହସ୍ପିଟାଲ ଏବଂ କୋଭିଡ କେୟାର ସେଣ୍ଟର ପରିବାର ସଦସ୍ୟ ଏବଂ ରୋଗୀଙ୍କ ସମ୍ପର୍କୀୟଙ୍କ ସହ ଯୋଗାଯୋଗ ପାଇଁ ହେଲପ ଡେସ୍କ ସିଷ୍ଟମ ଲଗାଇବା ଉଚିତ। କୋଭିଡ ହସ୍‌ପିଟାଲରେ ଯେପରି କେହି ଜଣେ ବି ରୋଗି ଯେପରି ଚିକିତ୍ସାର ଅବହେଳା ନହୁଅନ୍ତି ସେ ନେଇ ତାଗିଦ କରିଛନ୍ତି। ବଢୁଥିବା ସଂକ୍ରମଣ ମଧ୍ୟରେ ସାମ୍ଭାବ୍ୟ ତୃତୀୟ ଲହରକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପୁର୍ବ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାଗୁଡ଼ିକରେ ମୋଟ ୭,୧୮୧ ଅକ୍ସିଜେନ ଯୁକ୍ତ ଶଯ୍ୟା, ଶିଶୁଙ୍କ ପାଇଁ ୧୦୦୦ ଶଯ୍ୟା, ୨,୦୨୪ ଆଇସିୟୁ ଏବଂ ୮୭୪ ଭେଣ୍ଟିଲେଟର ଉପଲବ୍ଧ ହୋଇସାରିଛି ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.