ଜମ୍ମୁ କଶ୍ମୀର: କୁଲଗାମରେ ସୁରକ୍ଷା ବାହିନୀର ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର, ଜାନୁଆରୀ ୧୦ : ଜମ୍ମୁ କଶ୍ମୀରର କୁଲଗାମ ଜିଲ୍ଲାରେ ସୁରକ୍ଷା ବାହିନୀର ଯବାନଙ୍କ ଏନ୍‌କାଉଣ୍ଟରରେ ୨ ଜଣ ଅଜ୍ଞାତ ଆତଙ୍କବାଦୀ ନିହତ ହୋଇଛନ୍ତି। କୁଲଗାମ ଜିଲ୍ଲା ପୋଲିସ ଟୁଇଟ୍‌ କରି ଏହି ସୂଚନା ଦେଇଛି। ଘଟଣାସ୍ଥଳରୁ ବିପୁଳ ପରିମାଣରେ ଗୁଳି ଓ ବନ୍ଧୁକ ଜବତ କରାଯାଇଛି। ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିବା ପରେ କୁଲଗାମ ଜିଲ୍ଲାର କୁଇକୋହ ଥାନା ଅନ୍ତର୍ଗତ ହାସନପୋରା ଅଞ୍ଚଳକୁ ସୁରକ୍ଷା ବାହିନୀର ଯବାନମାନେ ପହଞ୍ଚିଥିଲେ। ସୁରକ୍ଷା ବାହିନୀକୁ ଦେଖି ଆତଙ୍କବାଦୀମାନେ ବିଚଳିତ ହୋଇ ଗୁଳି କରିଥିଲେ। କିନ୍ତୁ ଯବାନମାନେ ଏହାର କଡ଼ା ଜବାବ‌ ଦେଇଥିଲେ। ଶେଷରେ ସେନାର ଗୁଳିରେ ୨ ଜଣ ଆତଙ୍କବାଦୀ ଟଳିପଡ଼ିଥିଲେ।  

Leave A Reply

Your email address will not be published.