ଉତ୍ତର ପ୍ରଦେଶରେ ରାତ୍ରିକାଳୀନ କର୍ଫ୍ୟୁ, ତାମିଲନାଡୁରେ ଲକଡାଉନ୍‌

ନୂଆଦିଲ୍ଲୀ, ଜାନୁଆରୀ ୧୦ : ଦେଶରେ କରୋନାର ନୂଆ ଭାରିଆଣ୍ଟ କାରଣରୁ ୩ୟ ଲହର ଆସିଛି। ଦୈନିକ ସଂକ୍ରମଣ ବଢ଼ି ବଢ଼ି ଚାଲିଛି। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସହିତ ମହାରାଷ୍ଟ୍ରରେ ସର୍ବାଧିକ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି। ଅନ୍ୟ ରାଜ୍ୟ ଗୁଡ଼ିକରେ ମଧ୍ୟ ସଂକ୍ରମଣ ବଢ଼ି ଚାଲିଛି। ଉତ୍ତରପ୍ରଦେଶରେ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ଥିବା ବେଳେ ତାମିଲାନାଡୁରେ ଲକଡାଉନ ଆରମ୍ଭ ହୋଇଯାଇଛି।  କରୋନା ସଂକ୍ରମଣ ବଢ଼ି ଚାଲିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ରବିବାର କରୋନାକୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ତମାମ ମନ୍ତ୍ରାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ। ମହାରାଷ୍ଟ୍ର ଓ ଦିଲ୍ଲୀରେ କଟକଣା ସତ୍ତ୍ବେ କରୋନା ବଢ଼ିଚାଲିଛି। କରୋନା ସଂକ୍ରମଣ ବଢ଼ିବାରୁ ତାମିଲନାଡୁରେ ରବିବାର ଠାରୁ ଲକ୍‌ଡାଉନ୍‌ ଆରମ୍ଭ ହୋଇଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୨ ହଜାର ୮୯୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ଚେନ୍ନାଇରେ ଅଛନ୍ତି ୬୧୮୬ ପଜିଟିଭ। କରୋନା ସଂକ୍ରମଣ ବଢ଼ିଥିବାରୁ ଉତ୍ତର ପ୍ରଦେଶରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହେବା ସହିତ ସ୍କୁଲ ଗୁଡ଼ିକ ବନ୍ଦ କରିଦିଆଯାଇଛି। 

Leave A Reply

Your email address will not be published.