ଫେବୃଆରୀ ୧୬ ରୁ ଆରମ୍ଭ ପଞ୍ଚାୟତ ନିର୍ବାଚନ,ବାଇକ୍ ରାଲି ଉପରେ ଲାଗିଲା ରୋକ୍

ଭୁବନେଶ୍ୱର ,ଜାନୁଆରୀ 10 : ବାଜିଲା ପଞ୍ଚାୟତ ନିର୍ବାଚନୀ ବିଗୁଲ । ଆସନ୍ତା ଫେବୃଆରୀ ୧୬ ରୁ ଆରମ୍ଭ ହେବ ପଞ୍ଚାୟତ ନିର୍ବାଚନ । ୫ଟି ପର୍ଯ୍ୟାୟରେ ଏହି ଭୋଟ୍ ଗ୍ରହଣ କାର୍ଯ୍ୟ ଅନୁଷ୍ଠିତ ହେବ । ଫେବୃଆରୀ ୧୬,୧୮,୨୦,୨୨,୨୪ ରେ ଭୋଟ୍ ଗ୍ରହଣ କାର୍ଯ୍ୟ ହେବ । ସେହିପରି ଫେବୃଆରୀ ୨୬,୨୭,୨୮ରେ ବ୍ଲକ୍ ସ୍ତରରେ  ଭୋଟ୍ ଗଣତି ହେବ । ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କାର୍ଯ୍ୟ କରାଯିବ । ପଞ୍ଚାୟତ ନିର୍ବାଚନ ପାଇଁ ଅତି କମ୍ ଦିନ ଥିବାରୁ ଆଜି ଠାରୁ ରାଜ୍ୟରେ ଲାଗୁ ହେବ ଆଦର୍ଶ ଆଚରଣ ବିଧି । ଏନେଇ ନିର୍ବାଚନ କମିଶନ ଆଦିତ୍ୟ ପାଢୀ ପ୍ରେସ୍ ମିଟ୍ କରି ସୁଚନା ଦେଇଛନ୍ତି । ସେହିପରି ସୁଚନା ଦେଇଛନ୍ତି ଯେ ମିଥ୍ୟା ସତ୍ୟପାଠ ଦେଲେ ପ୍ରାର୍ଥୀଙ୍କୁ ଦଣ୍ଡିତ ମଧ୍ୟ କରାଯିବ । ସେହିପରି ପ୍ରଚାର ପାଇଁ ପଥପ୍ରାନ୍ତ ପଦଯାତ୍ରା ,ବାଇକ୍ ରାଲି ପାଇଁ ଅନୁମତି ମିଳି ନାହିଁ । କେବଳ ଏତିକି ନୁହେଁ ସାଧାରଣ ସଭା ବା କୌଣସି ପ୍ରକାର ସମାବେଶ କୁ ମଧ୍ୟ ଅନୁମତି ଦିଆଯାଇ ନାହିଁ । ପ୍ରାର୍ଥୀମାନେ ସର୍ବାଧିକ ୫ ଜଣ ଲୋକଙ୍କୁ ଧରି ଘରକୁ ଘର ପ୍ରଚାର କରିପାରିବେ । କିନ୍ତୁ ସେହି ୫ ଜଣ ମଧ୍ୟ ଡ଼ବଲ ଡ଼ୋଜ୍ ଟିକା ନେଇଥିବା ଆବଶ୍ୟକ । ଗଣତି କେନ୍ଦ୍ରକୁ ମଧ୍ୟ ସମାନ ନିୟମ ଲାଗୁ । 

Leave A Reply

Your email address will not be published.