ସୁନାବେଡା ଜଙ୍ଗଲରେ ବଡ଼ ଧରଣର କମ୍ବିଂ ଅପରେସନ୍‌

ନୂଆପଡା, ଜାନୁଆରୀ ୧୧ : ସୁନାବେଡା ଜଙ୍ଗଲରେ ବଡ଼ ଧରଣର କମ୍ବିଂ ଅପରେସନ୍ । ୩ ଘଣ୍ଟା ଧରି ଜାରି ରହିଛି ମାଓବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ । ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ଓ କ୍ୟାମ୍ପର ସୂଚନା ପାଇ ସୁରକ୍ଷାକର୍ମୀଙ୍କ ଦ୍ୱାରା କମ୍ବିଂ ଅପରେସନ୍ କରାଯାଇଥିବା ବେଳେ ମୁହାଁମୁହିଁ ହୋଇଛନ୍ତି ଲାଲବାହିନୀ ଓ ସୁରକ୍ଷାକର୍ମୀ । ଓଡ଼ିଶା- ଛତିଶଗଡ଼ ସୀମାରେ ସୁନାବଡୋ ଜଙ୍ଗଲରେ ଏବେବି ଜାରି ରହିଛି ଗୁଳିବିନିମୟ । ଦୀର୍ଘ ୩ ଘଣ୍ଟା ଧରି ଅପରେସନ୍ ଜାରି ରହିଥିବା ସୂଚନା ମିଳିଛି । ଏସଓଜି, ଡିଭିଏଫ୍‌, ସିଆରପିଏଫ୍ ଯବାନ୍ ମାନଙ୍କ ଦ୍ୱାରା ମିଳିତ ଅପରେସନ୍ ସମୟରେ ୫୦ ରୁ ୬୦ ମାଓବାଦୀ ଜଙ୍ଗଲ ଛାଡି ପଳାଇଥିବା ଜଣାପଡିଛି ।

Leave A Reply

Your email address will not be published.