ରାଜଧାନୀରେ ମାଞ୍ଜା ସୂତାକୁ ନେଇ ଅଘଟଣ

ଭୁବନେଶ୍ୱର, ଜାନୁଆରୀ ୧୧: କଟକ, ପୁରୀ ପରେ ଏବେ ରାଜଧାନୀ ଭୁବନେଶ୍ୱରରେ ସମାନ ଘଟଣା । ମାଞ୍ଜା ସୂତାକୁ ନେଇ ଘଟିଛି ବଡ଼ ଧରଣର ଅଘଟଣ । ରାସ୍ତାରେ ଯାଉଥିବା ସମୟରେ ମାଞ୍ଜା ସୂତାରେ କଟି ୩ ବ୍ୟକ୍ତି ଆହାତ । ଏଭଳି ଏକ ଅଘଟଣ ଘଟିଛି ରାଜଧାନୀ ଭୁବନେଶ୍ୱର ଡୁମୁଡୁମା ଅଞ୍ଚଳରେ । ଏହି ଅଞ୍ଚଚଳରେ କିଛି ଯୁବକ ମାଞ୍ଜା ସୂତା ଦ୍ୱାରା ଗୁଡି ଉଡାଉଥିବା ବେଳେ ରାସ୍ତାରେ ଯାଉଥିବା ୩ ଜଣ ବ୍ୟକ୍ତିଙ୍କ ଠାରେ ମାଞ୍ଜା ସୂତା ଲାଗି ଗୁରୁତର ଭାବରେ ଆହାତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇବା ସହିତ ମାଞ୍ଜା ସୂତାକୁ ଜବତ୍ କରି ତନାଘନା ଆରମ୍ଭ କରିଛି ।

Leave A Reply

Your email address will not be published.