କରୋନାରେ ଆକ୍ରାନ୍ତ ହେଲେ ବିଶ୍ୱସ୍ତରୀୟ ପ୍ରସିଦ୍ଧ ଗାୟିକା ଲତା ମଙ୍ଗେସ୍କର,ଆଇସିୟୁରେ ଭର୍ତ୍ତି

ମୁମ୍ବାଇ, ଜାନୁଆରୀ 10 : କରୋନାରେ ଆକ୍ରାନ୍ତ ହେଲେ ବିଶ୍ୱସ୍ତରୀୟ ପ୍ରସିଦ୍ଧ ଗାୟିକା ଲତା ମଙ୍ଗେସ୍କର । ତାଙ୍କୁ ବର୍ତ୍ତମାନ ୯୨ ବର୍ଷ ହୋଇଥିବା ବେଳେ ଏହି ଖବର ସାରା ଫିଲ୍ମ ଏବଂ ସଙ୍ଗୀତ ଜଗତ ପାଇଁ ଚିନ୍ତାର କାରଣ ପାଲଟିଛି । କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଭାଣିଜୀ ରଚନା ଏହି ଖବର ନେଇ ସୁଚନା ଦେଇଛନ୍ତି ଯେ “ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅତି ଜଟିଳ ହୋଇଯାଇଥିବାରୁ ତାଙ୍କୁ ବର୍ତ୍ତମାନ ଆଇସିୟୁରେ ଭର୍ତ୍ତି କରାଯାଇଛି” । ନିୟୋଜିତ ଥିବା ଡ଼ାକ୍ତରୀ ଟିମ୍‌ଙ୍କ ପକ୍ଷରୁ ସୁଚନା ଦିଆଯାଇଛି ଯେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ବର୍ତ୍ତମାନ ଉନ୍ନତି ଘଟୁଛି ଏବଂ କରୋନାର ସାମାନ୍ୟ ଲକ୍ଷଣ ତାଙ୍କ ଶରୀରରେ ପରିଲିକ୍ଷିତ ହୋଇଛି ।

Leave A Reply

Your email address will not be published.