ମାଲକାନଗିରି ,ଜାନୁଆରୀ 10 : ଆଜି ଏୟାରଫୋର୍ସର ଏକ ସ୍ୱତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ମାଲକାନଗିରି ଜିଲ୍ଲା ଗସ୍ତରେ କରିଛନ୍ତି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡ଼ୁ ବାଲିମେଳା ମିନି ଷ୍ଟାଡ଼ିୟମରେ ପହଞ୍ଚିଛନ୍ତି । ଏଥିରେ ନବରଙ୍ଗପୁରର ପୂର୍ବତନ ସାଂସଦ ପର୍ଶୁରାମ ମାଝିଙ୍କ ସହ ମାଲକାନଗିରି ଜିଲ୍ଲା ବିଜେପିର ଅନେକ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ରହିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବିଏସଏଫ ବାହିନୀ ସହ ଜିଲ୍ଲା ପୋଲିସର ଶତାଧିକ କର୍ମଚାରୀ ମୁତୟନ ହୋଇଛନ୍ତି । ଏକଲବ୍ୟ ଆଦର୍ଶ ଘରୋଇ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନା କରିବା ସହ କେନ୍ଦ୍ର ସରକାରଙ୍କ ଯୋଜନା ଲୋକଙ୍କ ପାଖରେ କେମିତି ପହଞ୍ଚୁଛି ତାହାର ସମୀକ୍ଷା କରିଛନ୍ତି ।