ବର୍ଷିୟାନ ଅଭିନେତା ମିହିର ଦାସଙ୍କ ପରଲୋକ

କଟକ: ବର୍ଷିୟାନ ଅଭିନେତା ମିହିର ଦାସଙ୍କ ପରଲୋକ । ମଲ୍ଟି ଅର୍ଗାନ ଫେଲୁଅର ରୋଗରେ ପୀଡିତ ଥିଲେ ମିହିର ଦାସ । କିଛିଦିନ ତଳେ ଆଇସିୟୁରେ ଥିଲେ ମିହିର ଦାସ । ମିହିର ଦାସଙ୍କ ଏକାଧିକ ଅଙ୍ଗ ଆରାମୀ ହୋଇଥିଲା । ମିହିର ଦାସ କିଡନୀ ଜନିତ ରୋଗରେ ପୀଡିତ ହୋଇ ପ୍ରଥମେ ଚିକିତ୍ସିତ ହେଉଥିଲେ । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଏକ ଘରୋଇ ହସ୍ପିଟାଲରେ ଭେଂଟିଲେଟରରେ ରଖାଯାଇଥିଲା । ମିହିର ଅସୁସ୍ଥ ଥିବା ଖବର ସାମନାକୁ ଆସିବା ପରେ ଓଡିଶା ଓ ଓଡିଶା ବାହାରେ ଥିବା ହଜାର ହଜାର ଲୋକ ତାଙ୍କ ଆଶୁ ଆରୋଗୀ କାମନା କରିଥିଲେ। ହେଲେ ଶେଷରେ ସମସ୍ତଙ୍କୁ ଲୁହରେ ଭସାଇ ଆରପାରିକୁ ଚାଲିଗଲେ ମିହିର ଦାସ । ମିହିର ଦାସ ହସ୍ପିଟାଲରେ ଥିବା ସମୟରେ ୱିକିପେଡିଆରେ ତାଙ୍କୁ ନେଇ ଭୁଲ ତଥ୍ୟ ସାମ୍ନାକୁ ଆସିଥିଲା । ସେତେବେଳେ ଏହାକୁ ନେଇ ଓଡିଶାବାସୀ ଅନେକ ନିନ୍ଦା କରିଥିଲେ । ମିହିର ଦାସ ତାଙ୍କ ଲମ୍ବା କ୍ୟାରିୟରରେ ଓଲିଉଡକୁ ଅନେକ ସୁପରହିଟ୍ ଚଳଚିତ୍ର ଭେଟି ଦେବା ସହ ଓଡିଆଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ଏମିତି ସମୟରେ ତାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ସ୍ତବ୍ଦ କରି ଦେଇଛି ।

Leave A Reply

Your email address will not be published.