ବାଗ୍‌ଦାଦ୍‌ରେ ଆମେରିକୀୟ ଦୂତାବାସ ଉପରକୁ ରକେଟ୍‌ ଆକ୍ରମଣ

ନୂଆଦିଲ୍ଲୀ, ଜାନୁଆରୀ ୧୪ : ଇରାକ୍‌ର ରାଜଧାନୀ ବାଗ୍‌ଦାଦ୍‌ରେ ଥିବା ଆମେରିକୀୟ ଦୂତାବାସ ଉପରକୁ ରକେଟ୍‌ ଆକ୍ରମଣ ହୋଇଛି। ଏଥିରେ ୨ ଜଣ ଆହତ ହୋଇଥିବା ନେଇ ଇରାକ୍‌ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ଗ୍ରୀନ୍‌ ଜୋନ୍‌ରେ ଥିବା ଆମେରିକୀୟ ଦୂତାବାସ ଉପରକୁ ଲକ୍ଷ୍ୟ କରି ୪ଟି ରକେଟ ଆକ୍ରମଣ କରାଯାଇଥିଲା। ରିପୋର୍ଟ ଅନୁସାରେ ୪ଟି ରକେଟ ମିସାଇଲ୍‌ ମଧ୍ୟରୁ ୩ଟି ଆମେରିକୀୟ ଦୂତାବାସକୁ ଟାର୍ଗେଟ କରାଯାଇଥିବା ବେଳେ ଅନ୍ୟ ଗୋଟିଏ ରକେଟ୍‌ ଆବାସିକ ଅଞ୍ଚଳରେ ଥିବା ଏକ ସ୍କୁଲ ଉପରେ ଖସିଥିଲା। ଏଥିରେ ଜଣେ ମହିଳା ଏବଂ ବାଳିକା ଆହତ ହୋଇଥିଲେ। ଆହତଙ୍କୁ ହସ୍‌ପିଟାଲ ନିଆଯାଇଥିଲା। କିନ୍ତୁ ସେମାନଙ୍କର ଅବସ୍ଥା କିଭଳି ସେବାବଦରେ ଗଣମାଧ୍ୟମକୁ ଖବର ମିଳିପାରି ନାହିଁ। ତେବେ ଏହି ଘଟଣା ପାଇଁ କୌଣସି ସଂସ୍ଥା ନିଜକୁ ଦାୟୀ କରିନାହାନ୍ତି।

Leave A Reply

Your email address will not be published.