ପ୍ରଧାନଶିକ୍ଷକ ନିଲମ୍ବିତ, ସରପଞ୍ଚ ପ୍ରାର୍ଥିନୀ ସ୍ତ୍ରୀଙ୍କ ପୋଷ୍ଟରରେ ରହିଥିଲା ଫଟୋ

ଧର୍ମଗଡ଼ ୦୨।୦୨ : ସରପଞ୍ଚ ପ୍ରାର୍ଥୀନୀଙ୍କ ପୋଷ୍ଟରରେ ଶିକ୍ଷକ ସ୍ୱାମୀଙ୍କ ଫଟୋ ଥିବା ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠା । ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଉପରିସ୍ଥ ଶିକ୍ଷା ଅଧିକାରୀ । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ବୁଢ଼ୀଦର ପଞ୍ଚାୟତର ଘଟଣା । ଖବର ଅନୁଯାୟୀ, ବୁଢିଦର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀ ଭାବେ ଯଜ୍ଞସିନି ପଣ୍ଡା ନିଶୁଣୀ ଚିହ୍ନଟରେ ନିର୍ବାଚନ ଲଢୁଛନ୍ତି । ହେଲେ ଲଗାଇଥିବା ପୋଷ୍ଟର ଓ ବ୍ୟାନରରେ ଶଙ୍କରପଳା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ସରପଞ୍ଚ ପ୍ରାର୍ଥୀନୀଙ୍କ ସ୍ୱାମୀ ସଞ୍ଜୟ ପଣ୍ଡାଙ୍କ ଫଟୋ ରହିଛି l ଏହି ଫଟୋ ଭାଇରାଲ ହେବା ପରେ ଜୁନାଗଡ ବ୍ଲକ ଶିକ୍ଷା ଅଧିକାରୀ ଅରିଫା ସୁଲତାନ ଶଙ୍କରପଳା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି

Leave A Reply

Your email address will not be published.