ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ପରେ ପ୍ରଥମ ଥର ଲାଗି ପଞ୍ଜାବ ନିର୍ବାଚନ ପ୍ରଚାରରେ ଯିବେ ମୋଦୀ, ଶାହ

ନୂଆଦିଲ୍ଲୀ ୦୨/୦୨: ଖୁବ୍ ଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପଞ୍ଜାବ ଗସ୍ତ କରିବେ । ବିଜେପି ଏବଂ ଏହାର ସହଯୋଗୀ ଦଳ ପାଇଁ ନିର୍ବାଚନ ପ୍ରଚାର ପାଇଁ ସ୍ଲୋଗାନ ଦେଉଥିବାର ନଜର ଆସିବେ । ପଞ୍ଜାବ ଲୋକ କଂଗ୍ରେସ ମୁଖ୍ୟ କ୍ୟାପଟେନ ଅମରିନ୍ଦର ସିଂ ନିର୍ବାଚନ ପ୍ରଚାରର ପ୍ରଥମ ଦିନରେ ଏହି ସୂଚନା ଦେଇଛନ୍ତି । ଏଥିସହ ପଞ୍ଜାବର ଅସ୍ତିତ୍ୱ ପାଇଁ କେନ୍ଦ୍ର ଏବଂ ରାଜ୍ୟ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ କହିଛନ୍ତି । ସୂଚନା ଥାଉକି, ପଞ୍ଜାବର କ୍ୟାପଟେନଙ୍କ ଦଳ ପଞ୍ଜାବ ଲୋକ କଂଗ୍ରେସ ଏବଂ ଶିରୋମାନି ଅକାଳୀ ଦଳ (ୟୁନାଇଟେଡ୍) ସହିତ ବିଜେପିର ଏକ ମେଣ୍ଟ କରିଛି । ଆର୍ଥିକ ଅସ୍ଥିରତା ପାଇଁ ସିଏମ୍ ଚରଣଜିତ୍ ନ୍ନିଙ୍କୁ ଦାୟୀ କରି ପୂର୍ବତନ ସିଏମ୍ କହିଛନ୍ତି ଯେ ମୁଁ ଯେତେବେଳେ ଦାୟିତ୍ୱ ନେଇଥିଲି ସେତବେଳେ ପଞ୍ଜାବ ୭୦,୦୦୦ କୋଟି ଟଙ୍କା ଋଣ ଭାରର ସ୍ମୁଖୀନ ହୋଇଥିଲା । ଚନ୍ନି ମାତ୍ର ୧୧୧ଦିନରେ ଏଥିରେ ୩୩.୦୦୦ କୋଟି ଟଙ୍କାର ଋଣ କରିଛନ୍ତି ।

Leave A Reply

Your email address will not be published.