୧୭ ଲକ୍ଷ ଟଙ୍କା ଦେଇ ଘରକୁ କନ୍ୟା ଆଣିଥିଲେ ଯୁବକ, ବିବାହର ୧୫ ଦିନ ପରେ ଯୁବତୀ ଫେରାର

ଜାଲୌର, ଫେବ୍ରୁଆରୀ ୦୩ : ରାଜସ୍ଥାନର ଜାଲୌର ଜିଲ୍ଲା ବାଗୌଡା ଥାନା ଅଞ୍ଚଳରେ ବିବାହ ନାଁରେ ଜଣେ ଯୁବକ ଠକେଇର ଶିକାର ହୋଇଛନ୍ତି । ଏଠାରେ ଜଣେ ଯୁବକ ୧୭ ଲକ୍ଷ ଟଙ୍କା ଖର୍ଚ୍ଚ କରି ୨୩ ବର୍ଷୀୟ ଯୁବତୀଙ୍କୁ ବିବାହ କରି ଘରକୁ ଆଣିଥିଲେ । ୧୫ ଦିନ ପରେ ୧୭ ଲକ୍ଷ ଟଙ୍କା ଦେଇ ଘରକୁ ଆଣିଥିବା କନ୍ୟା ଫେରାର ହୋଇଯାଇଛି । ପୋଲିସ ବିବାହରେ ମଧ୍ୟସ୍ଥି ହୋଇଥିବା ଦଲାଲକୁ ଗିରଫ କରିଛି ।  ବାଗୋଡା ଥାନା ଅଞ୍ଚଳର ଜୁନୀ ନିବାସୀ ହରିସିଂହ ଏତଲା ଦେଇଛନ୍ତି ଯେ, ୨୦୨୧ ଫେବ୍ରୁଆରୀରେ ବିବାହ କରିଥିଲେ । ବିବାହ କରାଇଦେବା ନାଁରେ ଜଣେ ଦଲାଲ ତାଙ୍କ ଠାରୁ ୧୭ ଲକ୍ଷ ଟଙ୍କା ନେଇଥିଲା । ବିବାହର ୧୫ ଦିନ ପରେ କନ୍ୟା ନିଜ ମା’ ଘରକୁ ଯାଇଥିଲା । କିନ୍ତୁ ଏହା ପରେ ଆଉ ଘରକୁ ଫେରି ନଥିଲା । ପରେ ସେ ଜାଣିବାକୁ ପାଇଲେ ଯେ, ଠକେଇର ଶିକାର ହୋଇଛନ୍ତି । ପୋଲିସ ଏକ ଠକେଇ ମାମଲା ରୁଜୁ କରି ଅଭିଯୁକ୍ତ ଦଲାଲ ଇନ୍ଦୁ ଭାଇକୁ ଗିରଫ କରିଛି ।  ପୋଲିସ କହିବା ଅନୁସାରେ ଅଭିଯୁକ୍ତ ଇନ୍ଦୁ ଭାଇ ଓରଫ ଅନ୍ଦୁଜୀ ଜଣେ ଗାଡ଼ି ଚାଳକ । ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟରେ ହାଜର କରିଛି । ଅଭିଯୁକ୍ତକୁ କୋର୍ଟ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି । ଯୁବକଙ୍କ ସହିତ ଯେଉଁ ଯୁବତୀଙ୍‌କ ବିବାହ ହୋଇଥିଲା, ତାଙ୍କ ପାଖରୁ ନକଲି ଆଧାର କାର୍ଡ ଥିଲା । ନାମ ଓ ଠିକଣା ଠିକ୍ ନଥିଲା । କୁହାଯାଉଛି ଯେ, କନ୍ୟାର ମିଛ ଆଇଡିରେ ନାମ ରାଧା ଲେଖା ଥିଲା । ପୋଲିସ ଲୁଟେରୀ ଯୁବତୀ ସଂପର୍କରେ କିଛି ତଥ୍ୟ ମିଳିପାରି ନାହିଁ । 

Leave A Reply

Your email address will not be published.