କରୋନା ଭାଇରସ୍‌: ୨୪ ଘଣ୍ଟାରେ ୧୦,୯୮୧ ମୃତ୍ୟୁ

ଆଦିଲ୍ଲୀ, ଫେବ୍ରୁଆରୀ ୦୩ : ବିଗତ ୨୪ ଘଣ୍ଟା ମଧ୍ୟରେ ୧୦ ହଜାର ୯୮୧ ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି । ଏଥି ସହିତ ମୃତକଙ୍କ ସଂଖ୍ୟା ୫୭ ଲକ୍ଷ ୧୬ ହଜାର ୭୬୦କୁ ବୃଦ୍ଧି ପାଇଛି ।  ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱବ୍ୟାପି ୨୯ ଲକ୍ଷ ୪୦ ହଜାର ୮୦୩ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ୨୧ ଲକ୍ଷ  ୨୦ ହଜାର ୬୨୨ ଜଣ ସୁସ୍ଥ ହୋଇଛନ୍ତି । କରୋନା ଯୋଗୁଁ ଭାରତ, ଆମେରିକା, ବ୍ରାଜିଲ, ଫ୍ରାନ୍ସ, ବ୍ରିଟେନ୍ ଓ ଋଷିଆ ସମେତ ୨୦୦ରୁ ଅଧିକ ରାଷ୍ଟ୍ର କ୍ଷତିଗ୍ରସ୍ତ ହୋଇଛି । ଆଜି ପର୍ଯ୍ୟନ୍ତ ବିଶ୍ୱରେ କରୋନା ଭାଇରସ ଯୋଗୁଁ ମୋଟ ୩୮ କୋଟି ୪୯ ଲକ୍ଷ ୮୪ ହଜାର ୩୮୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ୩୦ କୋଟି ୪୯ ଲକ୍ଷ ୫୦ ହଜାର ୫୭୫ ଜଣ ସୁସ୍ଥ ହୋଇଛନ୍ତି । ଏହାରି ମଧ୍ୟରେ ଏବେ ୭ କୋଟି ୪୩ ଲକ୍ଷ ୧୭ ହଜାର ୪୮ ଜଣଙ୍କର ଚିକିତ୍ସା ଜାରି ଥିବା ବେଳେ ୯୧ ହଜାର ୮୩୧ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । 

Leave A Reply

Your email address will not be published.