ଏବେ ହେବନି ନିଟ୍ ପିଜି ପରୀକ୍ଷା

ନୂଆଦିଲ୍ଲୀ, ଫେବୃଆରୀ ୪ : ଏବେ ହେବନି ନିଟ୍ ପିଜି ପରୀକ୍ଷା । ଘୁଞ୍ଚିଲା ନିଟ୍ ପରୀକ୍ଷା । ଆଉ ୬ରୁ ୮ ସପ୍ତାହ ପରେ ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ମାର୍ଚ୍ଚ ୧୨ରେ ପରୀକ୍ଷା ହେବାର ଥିଲା । ସୂଚନା ଅନୁସାରେ, ମାର୍ଚ୍ଚ ୧୨ ତାରିଖରେ ନିଟ୍ ପିଜି -୨୦୨୨ ପରୀକ୍ଷା ହୋଇଥାନ୍ତା । କିନ୍ତୁ ଛାତ୍ରଛାତ୍ରୀମାନେ ପରୀକ୍ଷା ଘୁଞ୍ଚାଇବାକୁ ଦାବି କରୁଥିଲେ । କାରଣ ୨୦୨୧ ନିଟ୍ ପିଜି କାଉନସେଲିଂ ତାରିଖ ଚଳିତ ବର୍ଷର ପରୀକ୍ଷା ତାରିଖ ସହ ସମାନ ଥିଲା ।  ତେଣୁ ସେମାନେ ପରୀକ୍ଷା ଘୁଞ୍ଚାଇବାକୁ ଦାବି କରୁଥିଲେ । ଏପରିକି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟକୁ ମଧ୍ୟ ମାମଲା ଯାଇଥିଲା । ତେବେ ସରକାର ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି । ଏହାକୁ ୬ରୁ ୮ ସପ୍ତାହ ଯାଏଁ ଘୁଞ୍ଚାଇ ଦିଆଯାଇଛି ।

Leave A Reply

Your email address will not be published.