ରାଜଧାନୀରେ ୭ରୁ ଖୋଲିବ ସ୍କୁଲ-କଲେଜ

ନୂଆଦିଲ୍ଲୀ, ଫେବୃଆରୀ ୪ : ରାଜଧାନୀ ଦିଲ୍ଲୀରେ ସ୍କୁଲ, କଲେଜ, କୋଟିଂ ପ୍ରତିଷ୍ଠାନ ଏବଂ ଜିମ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଶୁକ୍ରବାର ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନାର ବୈଠକରେ ନିଷ୍ପତ୍ତି ନିଆଯାଇଛି । ବିଶେଷଜ୍ଞଙ୍କ ପରାମର୍ଶ ଆଧାରରେ ଡିଡିଏମଏ ଏହି ନିଷ୍ପତ୍ତି ନେଇଛି । କରୋନା ସଂକ୍ରମଣ ହ୍ରାସ ପାଇବା ପରେ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି । ଡିଡିଏମଏର ଭର୍ଚୁଆଲର ମିଟିଂରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ବହୁ ବିଶେଷଜ୍ଞ ଉପସ୍ଥିତ ଥିଲେ । ପୂର୍ବରୁ ବ୍ୟବସାୟୀ ସଂଗଠନରଗୁଡିକ କର୍ଫ୍ୟୁ ଏବଂ ଅନ୍ୟାନ୍ୟ ପ୍ରତିବନ୍ଧକ ହଟାଇବାକୁ ଦାବି କରିଥିଲେ ଏବଂ ଅଭିଭାବକ ମଧ୍ୟ ବିଦ୍ୟାଳୟ ଖୋଲିବାକୁ ଦାବି କରିଥିଲେ । କରୋନା କଟକଣା ଭିତରେ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନ ଏବଂ କୋଚିଂ ପ୍ରତିଷ୍ଠାନ ଖୋଲିବ । କରୋନା ସହ ଜଡିତ ନିୟମକୁ କଡାକଡି ଭାବେ ପାଳନ କରାଯିବ । ନୂଆ ଏସଓପି ଅନୁପାଳନ ଅନୁସାରେ ବିଦ୍ୟାଳୟଗୁଡିକ ପର୍ଯ୍ୟାୟକ୍ରମେ ଖୋଲିବ । ସପ୍ତମ ଏବଂ ଦ୍ୱାଦଶ ବିଦ୍ୟାଳୟଗୁଡିକ ୭ ତାରିଖରୁ ଖୋଲିବ । ଯେଉଁ ଛାତ୍ରଛାତ୍ରୀମାନେ ଟୀକାକରଣ କରିନାହାନ୍ତି ସେମାନଙ୍କୁ ସ୍କୁଲ ଯିବକାୁ ଅନୁମତି ଦିଆଯିବ ନାହିଁ । 

Leave A Reply

Your email address will not be published.