ରାଜ୍ୟରେ କମୁଛି ସଂକ୍ରମଣ

ଭୁବନେଶ୍ୱର, ଫେବୃଆରୀ ୪ : ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ୨୪ ଘଣ୍ଟାରେ ରାଜ୍ୟରେ ୨ ହଜାର ୬୯୭ କରୋନା ଆକ୍ରାନ୍‌ଚ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧ ହଜାର ୫୬୮ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧ ହଜାର ୧୨୯ ଜଣ ଲୋକାଲ କେସ ରହିଛନ୍ତି । ସେହିପରି  ୧୮ ବର୍ଷରୁ କମ୍ ବୟସର ୪୩୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଅନୁଗୁଳରୁ ୫୫, ବାଲେଶ୍ୱରରୁ ୭୩, ବରଗଡରୁ ୫୩, ଭଦ୍ରକରୁ ୪୮, ବଲାଙ୍ଗୀରରୁ ୯୮, ବୋଦ୍ଧରୁ ୪୮, କଟକରୁ ୧୩୮, ଦେଓଗଡରୁ ୩୯, ଢେଙ୍କାନାଳରୁ ୪୦, ଗଜପତିରୁ ୫୯, ଗଞ୍ଜାମରୁ ୧୬, ଜଗତସିଂହପୁରରୁ ୬୭, ଯାଜପୁରରୁ ୧୨୭, ଝାରସୁଗୁଡାରୁ ୩୬, କଳାହାଣ୍ଡିରୁ ୯୫, କନ୍ଧମାଳରୁ ୩୪, କେନ୍ଦ୍ରାପଡାରୁ ୪୦, କେନ୍ଦୁଝରରୁ ୪୪, ଖୋର୍ଦ୍ଧାରୁ ୫୧୩, କୋରାପୁଟରୁ ୪୧, ମାଲକାନଗିରିରୁ ୧୮, ମୟୂରଭଞ୍ଜରୁ ୧୨୮, ନବରଙ୍ଗପୁରରରୁ ୭୫, ନୟାଗଡରୁ ୯୬, ନୂଆପଡାରୁ ୫୫, ପୁରୀରୁ ୬୩, ରାୟଗଡାରୁ ୮୫, ସମ୍ବଲପୁରରୁ ୮୫, ସୋନପୁରରୁ ୨୯, ସୁନ୍ଦରଗଡରୁ ୨୯୧ ଓ ଷ୍ଟେଟ ପୁଲରୁ ୧୦୮ ଜଣ ରହିଛନ୍ତି ।  ସୂଚନା ଅନୁସାରେ, ବର୍ତ୍ତମାନ ରାଜ୍ୟରେ ମୋଟ୍ ୧୨୬୨୧୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୦୪୯୩ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୨୨୮୬୭ଜଣ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.