ପଥରରେ ଛେଚି କକାକୁ ହତ୍ୟା କଲା ପୁତୁରା

କେନ୍ଦୁଝର, ଫେବୃଆରୀ ୪ : ଜମିଜମା ବିବାଦ ଆଗରେ ଫିକା ପଡିଗଲା ରକ୍ତ ସମ୍ପର୍କ, ପଥରରେ ଛେଚି କକାକୁ ହତ୍ୟା କଲା ପୁତୁରା । ଏଭଳି ଏକ ବିଭତ୍ସ କାଣ୍ଡ ଘଟିଛି କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ କଙ୍କଡ଼ା ଗାଁରେ । ଗାଁର ଗୋଟିଏ ପରିବାରରେ ଭାଇ ଭାଇ ମଧ୍ୟରେ ଦୀର୍ଘ ଦିନ ଧରି ଜମିଜମା ବିବାଦ ଲାଗି ରହିଥିଲା। ଏହାକୁ ନେଇ ଦୁଇ ଭାଇଙ୍କ ପରିବାର ମଧ୍ୟରେ ବହୁ ସମୟରେ ଝଗଡା ମଧ୍ୟ ଲାଗି ରହୁଥିଲା ଯାହାକୁ ନେଇ ଆଜି ନିଜ କକାକୁ ପୁତୁରା ପଥରରେ ଛେଚି ଅତି ନିର୍ମମ ଭାବରେ ହତ୍ୟା କରିଛି । ତେବେ ଏହି ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ପୁତୁରା ଫେରାର ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ମୃତ ଦେହ ଉଦ୍ଧାର କରି ଛାନ୍‌ଭିନ୍ ଆରମ୍ଭ କରିଛି ।

Leave A Reply

Your email address will not be published.