ପୁରୀ ଏମାର ମଠ ଖୋଳା: ମିଳିଲାନି ଗୁପ୍ତଧନ, କେବଳ ଖଣ୍ଡିଏ ଲୁହା ଖଣ୍ଡ ମିଳିଥିବା ସୂଚନା

ପୁରୀ, ଫେବୃଆରୀ ୪: ପୁରୀ ଏମାର ମଠ ତଳେ ଗୁପ୍ତ ଧନ ରହିଥିବା ପ୍ରସଙ୍ଗକୁ ନେଇ ଅନେକ ବାଦ ବିବାଦ ଦେଖା ଦେବା ପରେ ମଠ ଚଟାଣ ଖୋଳିବାକୁ ରାଜ୍ୟ ସରକାର ନିଷ୍ପତି ନେଇଥିଲେ । ଏହାପରେ ଆଜି ପୁରୀ ଏମାର ମଠ ଚଟାଣ ବହୁ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଖୋଳା ଯାଇଥିଲା ମାତ୍ର କିଛି ଗୁପ୍ତ ଧନ ମିଳିନଥିବା ସୂଚନା ମିଳିଛି । ମାଟି ତଳୁ କେବଳ ମାତ୍ର ଖଣ୍ଡିଏ ଲୁହା ଖଣ୍ଡ ମିଳିଥିବା ନେଇ ସୂଚନା ଦିଆଯାଇଛି । ମଠ ପରିସରରେ ପୂର୍ବରୁ ଚିହ୍ନଟ ହୋଇଥିବା ୩ ଟି ସ୍ଥାନରେ ଖୋଳା ଯାଇଥିବା ବେଳେ କୌଣସି ଗୋଟିଏ ବି ସ୍ଥାନରୁ କିଛି ମୂଲ୍ୟବାନ ଜିନିଷ ମିଳିନାହିଁ । ତେବେ ଏହା ପରେ ଆଗକୁ ମଧ୍ୟ ଏମାର ମଠରେ ଆଉ କିଛି ସ୍ଥାନ ଚିହ୍ନଟ କରାଯାଇ ଖୋଳାଯିବ ବୋଲି ଜଣାପଡିଛି ।

Leave A Reply

Your email address will not be published.