ଅମିତ ଶାହାଙ୍କ ଉପସ୍ଥିତିରେ ଗୋରଖପୁରରୁ ନାମାଙ୍କନପତ୍ର ଦାଖଲ କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥ

ନୂଆଦିଲ୍ଲୀ, ଫେବୃଆରୀ ୪ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥ । ଏହି ସମୟରେ ତାଙ୍କ ସହିତ ଉପସ୍ଥିତ ଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ସ୍ୱତନ୍ତ୍ର ଦେବ ସିଂ ମଧ୍ୟ ଉପସ୍ଥିତ ଥିଲେ। ଗୋରଖପୁର ନଗର ସଭାରୁ ସିଏମ ଯୋଗୀଙ୍କୁ ବିଜେପି ପ୍ରାର୍ଥୀ କରାଯାଇଛି। ଯୋଗି ଆଦିତ୍ୟନାଥ ନାମାଙ୍କ ଦାଖଲ ପୁର୍ବରୁ ସେ ଯଜ୍ଞ କରି ଭଗବାନଙ୍କ ଆର୍ଶୀବାଦ ନେଇଥିଲେ । ଏହାପୂର୍ବରୁ ସେ ଇଣ୍ଟର କଲେଜ ଗ୍ରାଉଣ୍ଡରେ ଏକ ସଭାକୁ ସମ୍ବୋଧିତ କରିଥିଲେ। ଏହି ସଭାରେ ଅମିତ ଶାହା କହିଛନ୍ତି ଯେ ବିଜେପି ପୁଣିଥରେ ୟୁପିରେ ୩୦୦ ସିଟ୍ ମାର୍କ ଅତିକ୍ରମ କରିବ ଏବଂ ଏକକ ସଂଖ୍ୟାଗରିଷ୍ଠତା ସହ ସରକାର ଗଠନ କରିବ। ଏହି ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରି କହିଛନ୍ତି ଯେ ସେ ୨୫ ବର୍ଷ ପରେ ପ୍ରକୃତ ଅର୍ଥରେ ଆଇନ ଶୃଙ୍ଖଳା ସ୍ଥାପନ କରି ଉତ୍ତରପ୍ରଦେଶକୁ ମାଫିଆରୁ ମୁକ୍ତ କରିଛନ୍ତି। ବିରୋଧୀ ମେଣ୍ଟକୁ ବିଜେପି ପୁଣିଥରେ ପରାସ୍ତ କରିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.