ଜଳେଶ୍ୱରରେ ସୀମା ଟପୁଛି ଧଳାଜହର କାରବାର

ବାଲେଶ୍ୱର, ଫେବୃଆରୀ ୫ : ଜଳେଶ୍ୱରରେ ଏବେ ସୀମା ଟପୁଛି ବ୍ରାଉନସୁଗାର କାରବାର । ପ୍ରତିଦିନ ଏହି ବାଟ ଦେଇ ରାଜ୍ୟ ବାହାରୁ ରାଜ୍ୟ ଭିତରକୁ ଚାଲାଣ ହେଉଛି କୋଟି କୋଟି ଟଙ୍କାର ଧଳାଜହର । ଯାହା ଏବେ ରାଜ୍ୟ ପୋଲିସ୍ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହୋଇ ଛିଡା ହୋଇଛି । ଆଜି ପୁଣି ଏହି ଅଞ୍ଚଳରୁ ବିପୁଳ ପରିମାଣର ଧଳାଜହର ଜବତ୍ କରାଯାଇଛି । ଘର ଭିତରେ ବ୍ରାଉନସୁଗାର କାରବାର କରାଯାଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ୍ ଚଢାଉ କରି ପ୍ରାୟ ୪୦୦ଗ୍ରାମରୁ ଉର୍ଦ୍ଧ୍ୱ ବ୍ରାଉନସୁଗାର ଜବତ୍ କରିଥିବା ସୂଚନା ମିଳିଛି । ଏହି ମାମଲାରେ ପୋଲିସ୍ ଜଣଙ୍କୁ ଗିରଫ କରିଥିବା ବେଳେ ଏମାନଙ୍କ ଗ୍ୟାଙ୍ଗରେ ଆଉ କିଏ କିଏ ସାମିଲ ରହିଛନ୍ତି ତାକୁ ନେଇ ଖୋଳତାଡ ଆରମ୍ଭ କରିଛି ଜଳେଶ୍ୱର ପୋଲିସ୍ । ଜବତ୍ କରାଯାଇଥିବା ଧଳାଜହର ଆନୁମାନିକ ବଜାର ମୂଲ୍ୟ ୪୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି ।

Leave A Reply

Your email address will not be published.