ଆଜି ମୁଜାଫରପୁରରେ ଯୋଗୀ, ନୋଏଡାରେ ଜେପି ନଡ୍ଡା କରିବେ ପ୍ରଚାର

ଲଖନଉ, ଫେବ୍ରୁଆରୀ ୦୫ : ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ତୀବ୍ର ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଶାମଲୀ ଓ ମୁଜାଫରନଗର ଗସ୍ତରେ ରହିବେ । ସେ ସେଠାରେ ବିଜେପିର ସ୍ଥାନୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ଅପରାହ୍ନ ୧୨ଟା ୪୦ରେ ହାପୁଡସ୍ଥିତ ମୋଦୀନଗର ରୋଡରେ ଥିବା ବ୍ରହ୍ମାଦେବୀ ବାଳିକା ବିଦ୍ୟାଳୟରେ ଜନସଭା କରିବେ । ସେହିପରି ସେ ଅପରାହ୍ନ ୩ଟା ୨୦ରେ ମୁରଦାବାଦ, ୫ଟା ୩୫ରେ ଜନସଭା ଓ ୫ଟା ୫୦ରେ ନୋଏଡାର ସେକ୍ଟର-୧୨ରେ ମତଦାତାଙ୍କୁ ସମ୍ବୋଧିତ କରିବେ ।  କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଆଜି ପୂର୍ବାହ୍ନ ୧୧ଟା ୪୦ରେ ମଥୁରାର ବଳଦେବ ଠାରେ ଦୀନଦୟାଲ ଧାମ, ଫରହାରେ ଦିନ ୧ଟା ୧୫ରେ ଜନସଭା ହେବ । ସେହିଭଳି କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ, ଆଗ୍ରାର ଖେରାଗଡ଼ରେ ଅପରାହ୍ନ ୩ଟା ୧୦ରେ ଜନସଭା କରିବେ । 

Leave A Reply

Your email address will not be published.