ଭୁବନେଶ୍ୱରରୁ ଧରା ହେଲେ ବେଙ୍ଗଲୁରୁ ଠକ

ଭୁବନେଶ୍ୱର, ଫେବୃଆରୀ ୫ : ଚାକିରି କରାଇଦେବା ନାଁରେ ଠକେଇ । ରାଜ୍ୟରେ ଏବେ ଚାକିରି ଆଳ କରି ଲୋକଙ୍କୁ ଠକିବା ପାଇଁ ଅନେକ ଗ୍ୟାଙ୍ଗ ସକ୍ରିୟ ରହିଛନ୍ତି । ତେବେ ଆଜି ରାଜଧାନୀ ଭୁବନେଶ୍ୱରରୁ ୩ ଆନ୍ତରାଜ୍ୟ ଲୁଟେରାଙ୍କୁ ଗିରଫ କରିଛି ବେଙ୍ଗଲୁରୁ ପୋଲିସ୍ । ଏହି ଲୁଟେରା ମାନେ ବେଙ୍ଗଲୁରୁ ସମେତ ଅନେକ ରାଜ୍ୟରେ ନିଜର ନେଟୱାର୍କ ସ୍ଥାପନ କରି ଲୋକମାନଙ୍କୁ ଚାକିରି କରାଇଦେବା ନାଁରେ କୋଟି କୋଟ ଟଙ୍କା ଠକେଇ କରିଛନ୍ତି । ଏମାନଙ୍କ ନାରେ ରାଜ୍ୟ ତଥା ରାଜ୍ୟ ବାହାରେ ଅନେକ ମାମଲା ମଧ୍ୟ ରହିଛି ଯାହାକୁ ନେଇ ବେଙ୍ଗଲୁରୁ ପୋଲିସ୍ ଦୀର୍ଘ ଦିନରୁ ଏମାନଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇ ଆସିଥିଲା । ଯାହାପରେ ଆଜି ଏମ।।ନଙ୍କୁ କମିଶନରେଟ୍ ପୋଲିସ୍ ସହାୟତାରେ ଭୁବନେଶ୍ୱରରୁ ଗିରଫ କରାଯାଇଛି । ସରକାରୀ ଚାକିରି କରାଇଦେବା କହି ଏମାନେ ଲୋକଙ୍କ ଠାରୁ ଟଙ୍କା ଠକୁଥିଲେ । ଗିରଫ ୩ ଜଣଙ୍କ ମଧ୍ୟରେ ୨ଜଣ ଅଣଓଡ଼ିଆ ରହିଥିବା ଜଣେ ଓଙ୍ଗ଼ିଆ ଯୁବକ ରହିଥିବା ସୂଚନା ମିଳିଛି ।

Leave A Reply

Your email address will not be published.