ରାଜ୍ୟରେ ତଳ ମୁହାଁ କରୋନା ଗ୍ରାଫ୍‌

ଭୁବନେଶ୍ୱର, ଫେବୃଆରୀ ୫ : ରାଜ୍ୟରେ କରୋନା ସଂକ୍ରମଣ ଏବେ ହ୍ରାସ ହେବାର ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨ ହଜାର ୬୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧ ହଜାର ୫୨୧ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧ ହଜାର ୮୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ୧୮ ବର୍ଷରୁ କମ ବୟସର ରହିଛନ୍ତି ୩୪୯ ଜଣ । ତେବେ ଆଜି ଅନୁଗୁଳରୁ ୧୦୨, ବାଲେଶ୍ୱରରୁ ୪୮, ବରଗଡରୁ ୫୧, ଭଦ୍ରକରୁ ୩୭, ବଲାଙ୍ଗୀରରୁ ୬୦, ବୌଦ୍ଧରୁ ୩୭, କଟକରୁ ୨୦୫, ଦେଓଗଡରୁ ୨୧, ଢେଙ୍କାନାଳରୁ ୬୪, ଗଜପତିରୁ ୬୪, ଗଞ୍ଜାମରୁ ୮୫, ଜଗତସିଂହପୁରରୁ ୬୦, ଯାଜୁରରୁ ୧୩୩, ଝାରସୁଗୁଡାରୁ ୫୭, କଳାହାଣ୍ଡିରୁ ୬୦, କନ୍ଧମାଳରୁ ୨୬, କେନ୍ଦ୍ରାପଡାରୁ ୬୩, କେନ୍ଦୁଝରରୁ ୪୩, ଖୋର୍ଦ୍ଧାରୁ ୪୪୪, କୋରାପୁଟରୁ ୯୪, ମାଲକାନଗିରିରୁ ୧୯, ମୟୂରଭଞ୍ଜରୁ ୧୦୪, ନବରଙ୍ଗପୁରରୁ ୬୨, ନୟାଗଡରୁ ୬୭, ନୂଆପଡାରୁ ୮୭, ପୁରୀରୁ ୪୭, ରାୟଗଡାରୁ ୬୧, ସମ୍ବଲପୁରରୁ ୮୮, ସୋନପୁରରୁ ୧୬, ସୁନ୍ଦରଗଡରୁ ୨୦୪ ଓ ଷ୍ଟେଟ ପୁଲରୁ ୧୦୦ ଜଣ ରହିଛନ୍ତି । ସୂଚନା ଅନୁସାରେ, ରାଜ୍ୟରେ ବର୍ତ୍ତମାନ ମୋଟ ୧୨୬୪୭୦୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୨୨୮୯୭୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୬୯୬୫ ଆକ୍ଟିଭ କେସ ରହିଛି । 

Leave A Reply

Your email address will not be published.