ଆଜି ଖୋଲିଲା ଶିମିଳିପାଲ ଅଭୟାରଣ୍ୟ

ବାରିପଦା, ଫେବୃଆରୀ ୫ : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଶିମିଳିପାଳ ଅଭୟାରଣ୍ୟ । ପ୍ରବଳ କୁହୁଡି ଓ ଖରାପ ପାଗ ଯୋଗୁଁ ବିଳମ୍ବରେ ଖୋଲାଯିବ । ହେଲେ ପ୍ରବଳ ବର୍ଷା ପାଇଁ ଗତକାଲି ଶିମିଳିପାଳ ଅଭୟାରଣ୍ୟ ବନ୍ଦ କରାଯାଇଥିଲା । ଆଜି ପୂର୍ବାହ୍ନ ୧୧ଟା ବେଳେ ଶିମିଳିପାଳ ଅଭୟାରଣ୍ୟ ଖୋଲିବ ।  କରୋନା କଟକଣା ଭିତରେ ଏହା ଭିତରକୁ ପର୍ଯ୍ୟଟକମାନଙ୍କୁ ପ୍ରବେଶ ଲାଗି ଅନୁମତି ମିଳିବ ବୋଲି କୁହାଯାଇଛି । ସୂଚନା ଅନୁସାରେ, ପ୍ରବଳ କୁହୁଡି ଓ ଖରାପ ପାଗ ଯୋଗୁଁ ଶୁକ୍ରବାର ଅଭୟାରଣ୍ୟ ବନ୍ଦ ରହିଥିଲା । ପ୍ରବଳ ବର୍ଷା ପାଇଁ ଅଘଟଣ ନ ଘଟେ ସେଥିପାଇଁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଏଭଳି ପଦକ୍ଷେପ ନିଆଯାଇଥିଲା ।  ସେହିପରି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାର ଶିମିଳପାଳ ଜାତୀୟ ଉଦ୍ୟାନ ୩ ଦିନ ଧରି ବନ୍ଦ ରଖାଯାଇଥିଲା ।  

Leave A Reply

Your email address will not be published.