ବହୁ ଚର୍ଚ୍ଚିତ ବିଞ୍ଝାରପୁର ପତ୍ନୀ ହତ୍ୟା ମାମଲାର ଫଇସଲା, ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡ

ଯାଜପୁର, ଫେବୃଆରୀ ୮ : ୨୦୧୩ ମସିହାର ବହୁ ଚର୍ଚ୍ଚିତ ଯାଜପୁର ବିଞ୍ଝାରପୁର ପତ୍ନୀ ହତ୍ୟା ମାମଲାର ଫଇସଲା କରିଛନ୍ତି କୋର୍ଟ । ଦୀର୍ଘ ୯ ବର୍ଷ ପରେ ମାମଲାର ରାୟ ଶୁଣାଇଛନ୍ତି ଜିଲ୍ଲା ଏଡିଜେ କୋର୍ଟ । ୨୦୧୩ ମସିହାରେ ଯାଯପୁର ବିଞ୍ଝାରପୁର ଥାନା ଓଳେଇ ଚନ୍ଦପୁର ଗାଁରେ ଘଟିଥିଲା ଏହି ନିର୍ମମ ହତ୍ୟାକାଣ୍ଡ । ନିଜ ସ୍ତ୍ରୀକୁ ଅତି ନିର୍ମମ ଭାବରେ ନିଜ ହାତରେ ହତ୍ୟା କରିଥିଲା ସ୍ୱାମୀ ଦେବଦତ୍ତ ସାମଲ । ତେବେ ଆଜି ଏହି ମାମଲାର ଶୁଣାଣୀ ହୋଇଛି ଓ ହତ୍ୟାକାରୀ ଦେବଦତ୍ତ ସାମଲକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ ।

Leave A Reply

Your email address will not be published.