୧୨ରୁ ଭୁବନେଶ୍ୱରରେ ଖୋଲିବ ଧର୍ମାନୁଷ୍ଠାନ

ଭୁବନେଶ୍ୱର, ଫେବୃଆରୀ ୮ : ଆସନ୍ତା ଫେବୃଆରୀ ୧୨ରୁ ଖୋଲିବ ଭୁବନେଶ୍ୱର ଅଞ୍ଚଳରେ ସମସ୍ତ ଧର୍ମାନୁଷ୍ଠାନ । ରାଜ୍ୟରେ ଏବେ କରୋନା ସଂକ୍ରମଣ ତଳ ମୁହାଁ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଦୈନିକ କରୋନା ସଂକ୍ରମଣ ହ୍ରାସ ପାଇଛି । ଯାହାକୁ ନେଇ ବିଏମସି ପକ୍ଷରୁ ଧର୍ମାନୁଷ୍ଠାନ ଖୋଲିବା ନିଷ୍ପତି ନିଆଯାଇଛି । ଏପଟେ ଲିଙ୍ଗରାଜ ମନ୍ଦିରରେ ସାଧାରଣ ଦର୍ଶନ ପାଇଁ ଜାରି ହୋଇଛି ସ୍ୱତନ୍ତ୍ର ଗାଇଡଲାଇନ୍ । ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ଡବଲ ଡୋଜ୍ କରୋନା ଟିକା ନେଇଥିବା ବାଧ୍ୟତାମୂଳକ କରାଯାଇଛି। ଟିକା ପ୍ରମାଣ ସହ ଆଧାର କିମ୍ବା ଭୋଟର କାର୍ଡ ଦେଖାଇଲେ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ଅନୁମତି ମିଳିବ ବୋଲି ବିଏମ୍‌ସି ପକ୍ଷରୁ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି । ରୀତିନୀତି କରୁଥିବା ପୂଜକଙ୍କ ପାଇଁ ମଧ୍ୟ ସଂପୂର୍ଣ୍ଣ ଟିକା ନେବାକୁ ବାଧ୍ୟତାମୂଳକ କରାଯାଇଛି । ଲିଙ୍ଗରାଜ ମନ୍ଦିରରେ ଥରକେ ଶହେଶ୍ରଦ୍ଧାଳୁଙ୍କୁ ଦର୍ଶନ ଅନୁମତି ମିଳିଛି । ୧୫ ବର୍ଷରୁ କମ୍ ପିଲା ପରିଚୟପତ୍ର ଦେଖାଇ ଅଭିଭାବକଙ୍କ ସହ ଯାଇପାରିବେ ।

Leave A Reply

Your email address will not be published.