ଖୁସି ନାହାଁନ୍ତି ଶ୍ରେୟସ

ନୂଆଦିଲ୍ଲୀ ୧୨/୦୨: ଓ୍ୱେଷ୍ଟ ଇଣ୍ଡିଜ ବିପକ୍ଷ ଶେଷ ଦିନିକିଆରେ ଦମଦାର ବ୍ୟାଟିଂ କରିଥିଲେ ଶ୍ରେୟସ ଆୟର । ଏହାସହ ଦଳକୁ ସଙ୍କଟରୁ ରକ୍ଷା କରିଥିଲେ । ଶ୍ରେୟସ ୮୦ ରନ୍ ସ୍କୋର କରି ଦଳର ବିଜୟରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ତେବେ ଏହି ଇନିଂସକୁ ନେଇ ଖୁସି ନାହାଁନ୍ତି ଶ୍ରେୟସ । ଶ୍ରେୟସ କହିଛନ୍ତି ଯେ, ସେ ଶତକ କରିପାରିଥାନ୍ତେ । ଖରାପ ସଟ୍ ଖେଳି ଆଉଟ ହେଲେ । କିପରି ଭାବେ ସେ କଠିନ ସମୟରେ ରଣନୀତି ପ୍ରସ୍ତୁତ କରି ସ୍କୋର କଲେ ତାହା ମଧ୍ୟ ସେ କହିଛନ୍ତି  । ସେ ଆହୁରି କହିଛନ୍ତି ଯେ, ଏଠାରେ ବ୍ୟାଟିଂ କରିବା ସହଜ ନଥିଲା । ଯେତେବେଳେ ସେ ବ୍ୟାଟିଂ ପାଇଁ ଗଲେ ବଲ ସ୍ୱିଂ କରୁଥିଲା । ସେହି ସମୟରେ ସେ ଓ ଶିଖର ଧାଓ୍ୱନ କେବଳ ଶରୀର ପାଖକୁ ଆସୁଥିବା ବଲକୁ ଖେଳିବେ ବୋଲି ନିର୍ଣ୍ଣୟ ନେଇଥିଲେ । କେବଳ ଖରାପ ବଲରେ ସିଙ୍ଗଲ ରନ୍ ନେବେ । ୫୦ ଓଭରର ଖେଳ ଦୀର୍ଘ ସମୟ ଧରି ଚାଲିଥାଏ । ତେଣୁ ପିଚକୁ ବୁଝିବା ପାଇଁ ସମୟ ମିଳିଥାଏ । ପିଚରେ ବଲ ବାଉନ୍ସ ରହୁଥିଲା । ସେ ଯେପରି ଭାବେ କଟ୍ ସଟ୍ ଖେଳନ୍ତି ତାହାକୁ ମିସ୍ କରୁଥିଲେ ବୋଲି ସେ କହିଛନ୍ତି । ଏତତ୍ ବ୍ୟତୀତ ସେ କହିଥିଲେ ଯେ, ଆଉଟ ହେଲା ପରେ ବହୁତ ଦୁଃଖ ଲାଗିଥିଲା । ସେ ଖରାପ ସଟ୍ ଖେଳି ଓ୍ୱିକେଟ୍ ପିଙ୍ଗିଥିଲେ । ତାଙ୍କ ପାଖରେ ଆହୁରି ୧୫ ଓଭର ଥିଲା । ଏଥିରେ ସେ ବହୁତ କିଛି କରିପାରିଥାନ୍ତେ । ତେବେ ମ୍ୟାଚରୁ ବହୁତ କିଛି ଶିଖିବାକୁ ମିଳିଥିବା ସେ କହିଛନ୍ତି ।

Leave A Reply

Your email address will not be published.