କଣ୍ଟେନର ସହ ଧକ୍କା ହେଲା ଆମ୍ବୁଲାନ୍ସ : ୨ ମୃତ

ସୋର ୧୨।୨: ମର୍ମନ୍ତୁଦ ସଡକ ଦୁର୍ଘଟଣା ।  ଆମ୍ବୁଲାନ୍ସ ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ।  ୧୬ ନମ୍ବର ଜାତୀୟ ରାଜପଥ ଦଣ୍ଡକାଳୀଠାରେ ଘଟିଛି ଦୁର୍ଘଟଣା । ସୂଚନାଯୋଗ୍ୟ ଯେ, ୧୬ ନମ୍ବର ଜାତୀୟ ରାଜପଥ ଦଣ୍ଡକାଳୀଠାରେ କଣ୍ଟେନର ସହ ଆମ୍ବୁଲାନ୍ସ ଧକ୍କା ହୋଇଛି । ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଜଣେ ଆମ୍ବୁଲାନ୍ସ ଚାଳକ ରହିଥିବା ଜଣାପଡିଛି । ଅନ୍ୟ ୪ ଜଣ ଆହତ ହୋଇଛନ୍ତି । ମୃତାହତଙ୍କ ପରିଚୟ ମିଳିନାହିଁ । ତେବେ ଆମ୍ବୁଲାନ୍ସଟି ପଶ୍ଚିମବଙ୍ଗରୁ ରୋଗୀ ନେଇ କଟକ ଯିବାବେଳେ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଆହତମାନଙ୍କ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.