ନକଲି ମଶାବତୀ କାରଖାନା ଠାବ

ଜଗତସିଂହପୁର ୧୨।୨: ପାରାଦୀପ ସହର ତାରେଣୀଗଡ଼ାରେ ଏକ ନକଲି ମଶାବତୀ କାରଖାନା ଠାବ କରାଯାଇଛି । ପାରାଦୀପ ପୋଲିସ ଅଚାନକ ଚଢାଉ କରି ଧୂପବତୀ ନାମରେ ଚାଲିଥିଲା ନକଲି କାରବାରର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି । ଚଢ଼ାଉ ବେଳେ ବହୁ ସାମଗ୍ରୀ ଜବତ ହୋଇଛି । ଜଣକୁ ଅଟକ ରଖି ତଦନ୍ତ ଚାଲିଛି ପୋଲିସ । ଅନେକ ଦିନ ହେବ ଏଠି ଚାଲିଥିଲା ଏହି ଡୁପ୍ଲିକେଟ୍ କାରବାର । ସ୍ଲିପ୍ ୱେଲ କମ୍ପାନୀ ନାମରେ ମଶାବତୀ ତିଆରି କରି ଏମାନେ କରୁଥିଲେ ଖୋଲାମେଲା ବ୍ୟବସାୟ । ବେଙ୍ଗାଲୁରୁରୁ କମ୍ପାନୀ କର୍ତ୍ତୃପକ୍ଷ ଜାଣି ପାରାଦୀପ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ ଚଢାଉ କରି ମଶାଧୂପ ପ୍ରସ୍ତୁତ କରିବା ମିସିନ, ଜରି ଓ ଅନେକ ଜିନିଷ ଜବତ କରିଛି ।

Leave A Reply

Your email address will not be published.