ଅତିରିକ୍ତ ଜିଲ୍ଲାପାଳଙ୍କୁ ସୁନ୍ଦରଗଡ ଆଣିଲା ଭିଜିଲାନ୍ସ,

ସୁନ୍ଦରଗଡ ୧୨।୨: ସୁନ୍ଦରଗଡ ଅତିରିକ୍ତ ଜିଲ୍ଲାପାଳ ବିଶ୍ବଜିତ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ ପରେ ଶନିବାର ବିଶ୍ବଜିତ ମହାପାତ୍ରଙ୍କୁ ଭୁବନେଶ୍ବରରୁ ସୁନ୍ଦରଗଡକୁ ଅଣାଯାଉଛି । ଏହାସହ ସୁନ୍ଦରଗଡ ସରକାରୀ ବାସଭବନରେ ଚଢାଉ କରିବ ଭିଜିଲାନ୍ସ  । ଶୁକ୍ରବାର ସରକାରୀ ବାସଭବନରେ ସେ ନଥିବାରୁ ଘରକୁ ସିଲ୍ କରିଥିଲା ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ସୁନ୍ଦରଗଡ, ଭୁବନେଶ୍ବର ଏବଂ ଜଗତସିଂହପୁରର ମୋଟ୍ ୭ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ । ଚଢାଉ ବେଳେ ଲକ୍ଷାଧିକ ଟଙ୍କାର ସୁନାଗହଣା, ନଗଦ ଟଙ୍କା ସହ ଭୁବନେଶ୍ବର ଓ ଜଗତସିଂହପୁରରେ ୧୦ଟି ପ୍ଲଟ୍ ଠାବ କରିଛି ଭିଦିଲାନ୍ସ  ।  ଯାହାର ବଜାର ଦର କୋଟି କୋଟି ଟଙ୍କା ବୋଲି ଆକଳନ କରାଯାଇଛି ।

Leave A Reply

Your email address will not be published.