ଅନାଥ ଝିଅର ବିବାହ କରାଇଲେ IAS

ନୂଆଦିଲ୍ଲୀ ୧୨/୦୨; ସୁନାମିର ତାଣ୍ଡବ ସବୁକିଛି ଧ୍ୱଂସ ବିଧ୍ୱଂସ କରିଦେଇଥିଲା। ଛାଇଯାଇଥିଲା ହତାସ ଆଉ ହାହା କାର ପରିବେଶ। କିଏ ଘର ହରେଇଥିଲା ତ କିଏ ପରିବାର। କିଏ ବାପା ମାଆଙ୍କୁ ହରେଇଥିଲା ତ କିଏ ପ୍ରିୟଜନଙ୍କୁ। ଲୁହର ନୀରବତା, କୋହର ଚିତ୍କାର ଭିତରୁ ଶୁଭୁଥିଲା ୫ବର୍ଷର ଝିଅ ସୌମ୍ୟାର ସ୍ବର। ସୁନାମିରେ ବାପା ମାଆଙ୍କୁ ହରାଇଥିଲା ସୌମ୍ୟା। ଭଙ୍ଗା ଘର କଡରେ ବସି କାନ୍ଦୁଥିଲା। ସେ ସମୟରେ ତାଙ୍କୁ ଉଦ୍ଧାର କରିବାକୁ ପହଞ୍ଚିଥିଲେ IAS ଅଫିସର ଡକ୍ଟର.ଜେ ରାଧାକ୍ରିଷ୍ଣନ୍। କୁନି ଝିଅ ସୌମ୍ୟା। ସୁନାମି କ୍ଷତିଗ୍ରସ୍ତ ତାମିଲନାଡୁର ନାଗାପଟ୍ଟିନମ୍ ଜିଲ୍ଲାରେ ଘଟିଥିବା ସୁନାମିର ସାମ୍ନା କରିଥିଲା ସେ। ବାପା ମାଆଙ୍କୁ ହରାଇ ଅନାଥ ହୋଇଯାଇଥିବା ସୌମ୍ୟାଙ୍କୁ ନେଇ ରାଜ୍ୟ ସରକାରଙ୍କ କେୟାର ହୋମ୍‌ରେ ରଖିଥିଲେ ରାଧାକ୍ରିଷ୍ଣନ୍। ସେତେବେଳେ ସେହି କେୟାର ହୋମ୍‌ର ଦାୟିତ୍ୱ ରାଧାକ୍ରିଷ୍ଣନ୍ ନେଉଥିଲେ। ସେଠାରେ ସେ ସୌମ୍ୟାଙ୍କୁ ରଖି ତାଙ୍କର ଯତ୍ନ ନେଲେ ଏବଂ ପାଠ ପଢାଇଲେ। ବଡ ହେଲେ ସୌମ୍ୟା। ଅନାଥ ଝିଅରୁ ସୁନା ଝିଅ। ନିକଟରେ ସୌମ୍ୟାଙ୍କର ବିବାହ ହୋଇଛି। ରାଧାକ୍ରିଷ୍ଣନ ସୌମ୍ୟାଙ୍କ ବିବାହ ବଡ ଧୁମ୍‌ ଧାମ୍‌ରେ କରିଛନ୍ତି। ସୌମ୍ୟାଙ୍କ ବିବାହକୁ ନେଇ ରାଧାକ୍ରିଷ୍ଣନ୍ କୁହନ୍ତି, ସୌମ୍ୟା କେବେଳ ମୋ ଝିଅ ନୁହେଁ, ନାଗାପଟ୍ଟିନମ୍ର ଝିଅ। ଆଜି ତାକୁ ବିବାହ କରୁଥିବା ଦେଖି ମୁଁ ବହୁତ ଖୁସି। ତାଙ୍କ ଆଖିରେ ଟଳଟଳ ଖୁସିର ଲୁହ। ରାଧାକ୍ରିଷ୍ଣନ୍ ସୌମ୍ୟାଙ୍କୁ ବିବାହ କରାଉଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଲୋକେ ତାଙ୍କର ମହତ କାର୍ଯ୍ୟ ପାଇଁ ଭୂରି ଭୂରି ପ୍ରଶଂସା କରିଛନ୍ତି। ସତରେ ଅଫିସର ହେବ ତ ଏମିତି।

Leave A Reply

Your email address will not be published.