୧୩ ଟିକିଆ ହାତୀପଲଙ୍କ ଉପଦ୍ରବ

ସାନେଖେମୁଣ୍ଡି ୧୩।୦୨: ଥମୁନି ହାତୀ ଉପଦ୍ରବ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ରେଞ୍ଜ ମାଟିଆବୋରେଇ ନିକଟରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଘଉଡାଇବାକୁ ଉଦ୍ୟମ ଜାରି ରଖିଛି । ଖବର ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ରେଞ୍ଜ ମାଟିଆବୋରେଇ ଠାରେ ହାତୀ ଉପଦ୍ରବ ଦେଖାଦେଇଛି । ୧୩ ଟିକିଆ ହାତୀପଲ ଗାଁରେ ପଶି ଉପଦ୍ରବ ଚଳାଇଛନ୍ତି। ହାତୀ ପଶି ଆସିଥିବାରୁ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ଦିଗପହଣ୍ଡି ବନ ବିଭାଗ ପହଂଚି ହାତୀଙ୍କୁ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖିଛି।

Leave A Reply

Your email address will not be published.