ବିବାହ ବନ୍ଧନରେ ବାନ୍ଧି ହେବେ ଅଭିନେତ୍ରୀ ରାଗିଣୀ

କଟକ ୧୩।୦୨:  ହାତରୁ ଦି’ ହାତ ହେବେ ଅଭିନେତ୍ରୀ ରାଗିଣୀ । ଖୁବଶୀଘ୍ର ବିବାହ ହେବାକୁ ଯାଉଛି ।  ନିମନ୍ତ୍ରଣ ପାଇଥିବା ପ୍ରଶଂସକଙ୍କ ମୁହଁରୁ ଏପରି ଶୁଣିବାକୁ ମିଳୁଛି ।  ଭାଙ୍ଗିଯାଇଛି ଅନେକଙ୍କ ହୃଦୟ । ମିଳିଥିବା ଖବର ଅନୁଯାୟୀ, ସହଦେବ ଓ ଅଞ୍ଜଳି ସୂତ୍ରଧରଙ୍କ ସୁକନ୍ୟା ରାଗିଣୀ ଶିବଶଙ୍କର ସିଂ ଓ ଜଳେଶ୍ୱରୀ ଦେବୀଙ୍କ ସୁପୁତ୍ର ବିକ୍ରମଙ୍କୁ ବିଧିଅନୁଯାୟୀ ବିବାହ କରିବେ ।  ଆସନ୍ତା ଫେବ୍ରୁଆରୀ ୨୫ରେ ଗୋଆରେ ବିବାହ ଉତ୍ସବ ଅନୁଷ୍ଠିତ ହେବ । ବାହାଘର ପୂର୍ବଦିନ ୨୪ରେ ଗୋଆରେ ସଙ୍ଗୀତ, କକ୍‌ଟେଲ୍‌ ଏବଂ ପ୍ରିୱେଡିଂ ସେଲିବ୍ରେସନ୍‌ କରିବେ । ୨୫ ପୂର୍ବାହ୍ନ ୧୦ଟାରେ ହଳଦୀ ଏବଂ ସନ୍ଧ୍ୟା ୭ଟାରେ ଗୋଆ ମେଫେୟାର ହାଇଡ୍‌ୱେ ସ୍ପା ରିସୋର୍ଟରେ ବିବାହ ସମ୍ପନ୍ନ ହେବ । ହଳଦୀକୁ ସ୍ମରଣୀୟ କରିବା ପାଇଁ ହଳଦୀ ରଙ୍ଗର ବସ୍ତ୍ର ପରିଧାନ କରିବେ ରାଗିଣୀ । କୋଲାକାତାର ପାଣିପବନରେ ବଢ଼ି ମୁମ୍ବାଇରେ ରହୁଥିବା ଏହି ବଙ୍ଗୀୟ ନାୟିକା ସିନେମା ‘ଗଡ଼ବଡ଼’ ମାଧ୍ୟମରେ ଓଲିଉଡରେ ପ୍ରବେଶ କରିଥିଲେ । ପରେ ‘ମୁଁ ଏକା ତୁମର’, ‘ତମେ ଥିଲେ ସାଥୀରେ’, ‘ହରି ଓମ୍‌ ହରି’, ‘ପ୍ରେମୀ’, ‘ଦେଖା ହେଲା ପ୍ରେମ ହେଲା’ ଓ ‘ଲାଗେ ପ୍ରେମ ନଜର’ରେ ଅଭିନୟ କରିଛନ୍ତି । ଏଥିସହିତ ବଙ୍ଗଳାରେ ‘ମିତାଲି ଗେଷ୍ଟ ହାଉସ୍‌’, ‘ଏକ ଟୁକୁ ଚୋୟା ଲଗେ’, ‘ସ୍ୱର୍ଣ୍ଣ ମୁଦ୍ରା’, ତେଲୁଗୁରେ ‘କ୍ୟୁମ୍‌ ଭାଇ’, ‘୧୦୦ ରୂପେୟା ନୋଟ୍‌’ରେ ଅଭିନୟ କରିଛନ୍ତି । ସେଠ୍‌ ଆନନ୍ଦମ ଜୟପୁରିଆ କଲେଜ, କୋଲକାତାରେ ଗଣଯୋଗାଯୋଗରେ ସ୍ନାତକ ପାସ୍‌ କରିବା ପରେ ମଡେଲିଂରେ ପାଦ ରଖିଥିଲେ । ସେଥିରେ ସଫଳତା ହାସଲ କରିଥିଲେ । ଟି-୨ ଟେଲିଗ୍ରାଫ୍‌ ବିୟୁଟି ପାଜେଣ୍ଟ-୨୦୧୧ରେ ଇଷ୍ଟର୍ଣ୍ଣ ଇଣ୍ଡିଆରେ ପ୍ରଥମ ରନର୍ସଅପ୍‌ ହୋଇଥିଲେ ।

Leave A Reply

Your email address will not be published.