ବିପଦରେ ହିନ୍ଦୁ ମନ୍ଦିର ! କାନାଡାରେ ଏକାଧିକ ଦେବାଳୟରେ ଭଙ୍ଗାରୁଜା

ନୂଆଦିଲ୍ଲୀ, ୧୩|୦୨:  ବିପଦରେ ହିନ୍ଦୁ ମନ୍ଦିର । କାନାଡାରେ ଲଗାତର ଭାବେ ହିନ୍ଦୁ ଦେବାଦେବୀଙ୍କ ମନ୍ଦିରରେ ଭଙ୍ଗାରୁଜା ଘଟଣା ବଢିବାରେ ଲାଗିଛି । ଦେଶର ଗ୍ରେଟ୍ ଟରାଣ୍ଟୋ ଅଞ୍ଚଳରେ ଶୁକ୍ରବାର ମନ୍ଦିରର ମୂର୍ତ୍ତି ଓ ଗହଣା ଚୋରି ଏବଂ ଭଙ୍ଗାରୁଜା ଘଟଣା ସାମ୍ନାକୁ ଆସିଛି । ୬ଟି ହିନ୍ଦୁ ମନ୍ଦିରରୁ ଏପରି ଲୁଟ୍ ହୋଇଥିବା ସୂଚନା ମିଳିଛି । ଅନେକ ସ୍ଥାନରରେ ମନ୍ଦିରରୁ ହୁଣ୍ଡି ମଧ୍ୟ ଲୁଟ୍ ହୋଇଛି । ଘଟଣାକୁ ନେଇ ଟରାଣ୍ଟୋ ସ୍ଥିତ ଭାରତୀୟ ଦୂତାବାସ ମନ୍ଦିର ଟ୍ରଷ୍ଟିଙ୍କ ସହ ଆଲୋଚନା କରିଛନ୍ତି । ଏହାସହ ଦୋଷୀଙ୍କୁ ଗିରଫ କରାଯିବା ନେଇ ସେ କାନାଡା ପୋଲିସ ଅଧିକାରୀଙ୍କ ସହ କଥା ହୋଇଥିବା କହିଛନ୍ତି । ତେବେ ଏହା ମନ୍ଦିର ଓ ହିନ୍ଦୁ ସଂସ୍କୃତି ଉପରେ ଆକ୍ରମଣ ନୁହେଁ ବରଂ କେବଳ ଲୁଟ୍ ବୋଲି କୁହାଯାଉଛି ।

Leave A Reply

Your email address will not be published.