ମିନି ଭ୍ୟାନ୍‌କୁ ଧକ୍କା ଦେଲା ଟ୍ରକ

କନ୍ଧମାଳ ୧୩।୦୨: ମର୍ମନ୍ତୁଦ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଚାରି ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଫୁଲବାଣୀ ସଦର ଥାନା ବଇଲାହାବାଡ଼ି ନିକଟରେ ଘଟିଛି ଦୁର୍ଘଟଣା । ଖବର ଅନୁଯାୟୀ, ଫୁଲବାଣୀ ସଦର ଥାନା ଅନ୍ତର୍ଗତ ବଇଲାହାବାଡ଼ି ନିକଟରେ ଏକ ମିନି ଭ୍ୟାନକୁ ଟ୍ରକ୍ ଜୋରଦାର ଧକ୍କା  ଦେଇଥିଲା । ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି । ଘନ କୁହୁଡି ଯୋଗୁଁ ଦୁର୍ଘଟଣା ଘଟିଥିବାର ଅନୁମାନ କରାଯାଉଛି । ତେବେ ମୃତକ ମାନେ ସ୍ଥାନୀୟ ଗାଡିସୁଗା ଗାଁର ରୋଜାଲିନ ଡିଗାଲ, ଭଗିଆ ଡିଗାଲ, ବବି ପ୍ରଧାନ ହୋଇଥିବା ବେଳେ ଅନ୍ୟ ଜଣଙ୍କ ପରିଚୟ ମିଳିନି l ସେହିପରି ଗୁରୁତର ଆହତମାନଙ୍କୁ ଫୁଲବାଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.